ଜଳେଶ୍ୱର ୩୧/୩ (ଜଗନ୍ନାଥ ଗୋଛାୟତ) ରାଜ୍ୟର ବିକାଶ କ୍ଷେତ୍ରରେ ସମବାୟ ଅନୁଷ୍ଠାନ ଗୁଡିକ ଦୀର୍ଘ ଏକ ଶତାବ୍ଦୀରୁ ଉର୍ଦ୍ଧ ସମୟ ଧରି ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି।ସମବାୟ ସଂସ୍ଥା ଗୁଡିକ ନିଜର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର କୃଷକ ଏବଂ ଦୁର୍ବଳ ଶ୍ରେଣୀର ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହୋଇ ପାରିଛି ବୋଲି ଆଜି ଜଳେଶ୍ୱର ବ୍ଲକ ଅଧିନସ୍ଥ ଅଲାଲପୁର ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଉତ୍ସବରେ ସମିତିର ସଭାପତି ସଂଜୀଙ୍କ କୁମାର ପାତ୍ରଙ୍କ ଅଧକ୍ଷତାରେ ଉପସ୍ଥିତ ଥିବା ଅତିଥିମାନେ ବକ୍ତବ୍ୟ ରଖିଥିଲେ।ବାଲେଶ୍ୱର ଜିଲ୍ଲାପରିଷଦର ଉପ ସଭାପତି ଅନୁସୟା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପୂର୍ବତନ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମିତିର ଆଭିମୁଖ୍ୟ ବକ୍ତବ୍ୟ ମାଧ୍ୟମରେ କହିଥିଲେ।ସମାଜସେବୀ ଲେଲିନ କୁମାର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମିତିର ଉପ ସଭାପତି ସାବିତ୍ରୀ ଚନ୍ଦ,ଚିତ୍ତରଞ୍ଜନ ଗିରି,ଆଶୁତୋଷ ନାୟକ,ଦୁର୍ଗାଦାସ ଭଞ୍ଜ,୧୭ ନମ୍ବର କାଉନ୍ସିଲର ପ୍ରତିନିଧି ଜଗଦୀଶ ନନ୍ଦୀ,କାଉନ୍ସିଲର ଲକ୍ଷ୍ମଣ ସରେନ,ସମାଜସେବୀ ରାଜେଶ ଦେ, ପୂର୍ବତନ ସଭାପତି ସୁଜିତ କୁମାର ଦେ,ଅଜିତ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ସେବା ସମବାୟ ସମିତିର ଡ଼ାଇରେକ୍ଟର ଉମାଶଙ୍କର ମହାପାତ୍ର,ଜୟନାରାୟଣ ଦାସ,ସୌରୀ ଶଙ୍କର ପାତ୍ର, ସର୍ବେଶ୍ୱର ପରିଡା,ବିଶ୍ୱତୋଷ ପ୍ରଧାନ, ଅଜୟ କୁମାର ପ୍ରଧାନ,ଧ୍ରୁବ ଚରଣ କୁଣ୍ଡ, ରବୀନ୍ଦ୍ର କୁମାର ଜେନା,ଅଜୟ କୁମାର ପ୍ରଧାନ,ସମରେନ୍ଦ୍ର ପରିଡା,ଗଜେନ୍ଦ୍ର ଘଡେଇ, ପଙ୍କଜ କୁମାର ଗିରି,ସଂଗୀତା ପ୍ରଧାନ ବାର୍ଷିକ ସାଧାରଣ ସଭାରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ଅଲାଲପୁର ସେବା ସମବାୟ ସମିତି ର ନୂତନ ଗୃହ ନିର୍ମାଣ ପାଇଁ ଅତିଥି ମାନଙ୍କ ଦ୍ବାରା ଶୁଭ ଦିଆଯିବା ସହିତ ଅଗ୍ରଣୀ ଚାଷୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ସୋସାଇଟି ମ୍ଯୂନସିପାଲଟି ଅଧିନରେ ଥିବାରୁ କୈ।ଣସି ସରକାରୀ ସବସିଡି ମିଳୁନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ସର୍ବସମ୍ମତିକ୍ରମେ ସମସ୍ତ ଚାଷୀ ଏକତ୍ରିତ ହୋଇ ବିଭାଗୀୟ ଅଧିକାରୀ ଙ୍କୁ ସାକ୍ଷାତ ସହିତ ମନ୍ତ୍ରୀ ଙ୍କୁ ଘଟଣା ବିଷୟରେ ଜଣାଇବାକୁ ଆଲୋଚନା କରାଯାଇଥିଲା।
ଅଲାଲପୁର ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment