ଭାତୃତ୍ୱ ରେ କଳଙ୍କ ; ଧାନ ବିକ୍ରୀ ଟଙ୍କା ନେଇ ରକ୍ତ ପାତ ଜଣେ ମୃତ ୪ ଗୁରୁତର


କଣ୍ଟାମାଳ: ୧୦/୨ (ସୁଶାନ୍ତ କୁମାର ବେହେରା) ମଣ୍ଡିରେ ଧାନ ବିକ୍ରୀପରେ ଭାଗ ବଂଟାକୁ ନେଇ ପାରିବାରିକ ଗଣ୍ଡଗୋଳରେ ଜଣେ ମୃତ ୧ ଶିଶୁ ସମେତ ୪ ଗୁରୁତର । ଘଟଣା ଟି ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲେ ଗାଁରେ । ମୃତକ ଜଣକ ହେଲେ ସୁବଳ ମେହେର । ଗୁରୁତରମାନେ ନିଜ ରକ୍ତ ଭାଇ ବନ୍ଧୁ ରାମଚନ୍ଦ୍ର ମେହେର,ଲଳିତା ମେହେର,ପ୍ରଦୀପ ମେହେର ଏବଂ ୧ ବର୍ଷୀୟ ଝିଅ ଆବାହନା ମେହେର । ମହୁଲେ ଗ୍ରାମର ବାଳକୃଷ୍ଣ ମେହେର ଏବଂ ତାଙ୍କ ଭାଇ ରାମଚନ୍ଦ୍ର ମେହେର ମଣ୍ଡିରେ ଧାନ ବିକ୍ରୀ କରିଥିଲେ । ହେଲେ ଧାନବିକ୍ରୀ ଟଙ୍କା ବାଳକୃଷ୍ଣ ମେହେରଙ୍କ ଜମାଖାତାେରେ ପଡିଥିଲା । ପରେ ଉକ୍ତ ଟଙ୍କା ଭାଗ ବଂଟାକୁ ନେଇ ବାଳକୃଷ୍ଣ ଓ ରାମଚନ୍ଦ୍ର ମଧ୍ୟରେ ବଚସା ହୋଇଥିଲା l ପରେ ଏହି ବଚସା ଉଗ୍ର ରୁପ ଧରିବାସହ ଗଣ୍ଡଗୋଳ ଓ ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ବାଳକୃଷ୍ଣଙ୍କ ପରିବାରର ଆକ୍ରମଣରେ ରାମଚନ୍ଦ୍ରଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ସୋନପୁର ଓ ପରେ ବୁର୍ଲାକୁ ସ୍ଥାନାନ୍ତରଣ ହୋଇଥିଲେ । ସେଠାରେ ଚିକିତ୍ସଧିନ ଅବସ୍ଥାରେ ସୁବଳ ମେହେରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଗୁରୁତରମାନେ ଏବେବି ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ମନମୁଣ୍ଡା ପୋଲିସ ଏନେଇ ଏକ ମାମଲା ଦାୟର କରିବା ସହ ତଦନ୍ତ ଆରମ୍ଭ କରିଛି ।

Post a Comment

Previous Post Next Post