କାଳିଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ଗ୍ରାମରେ ଅବସ୍ଥିତ କାଳିଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ରମାନାଥ ପାତ୍ରଙ୍କ ସଭାପତିତ୍ବରେ ସମାରୋହରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ସୁ ସାହିତ୍ୟିକ ବ୍ରଜେନ୍ଦ୍ର ନାଥ ଗିରି ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଉଦଘାଟନ କରିବା ସହିତ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ କିଭଳି ମେଧାବୀ ଓ ବୁଦ୍ଧିମାନ ହେବେ ସେଥିପାଇଁ ଶିକ୍ଷାରେ ଗୁରୁତ୍ବ ପ୍ରଦାନ କରାଯାଉଛି । ମାତ୍ର ସେମାନଙ୍କର ସମ୍ବେଦନଶୀଳ ହୃଦୟ ,ଆବେଗିକ ସ୍ବପ୍ନ ଓ କଳ୍ପନା ଜାଗ୍ରତ କରିବାରେ ଶିକ୍ଷାରେ କୌଣସି ବ୍ୟବସ୍ଥା ରହୁନାହିଁ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ଏଲ୍ .ଏନ୍ .କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ବିଜୟ କୁମାର ଦେ ଯୋଗ ଦେଇ ପିଲାମାନେ କିପରି ଭଦ୍ର ହେବେ,ନମ୍ର ହେବେ ଓ ଭଲ ମଣିଷ ତତ୍ ସମ୍ବର୍ଦ୍ଧରେ ଗୁରୁତ୍ବଆରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସଚ୍ଚିନ୍ଦ୍ର ନାଥ ଜେନା,ଗୌରୀ ଶଙ୍କର ପାଲ,ଅମୂଲ୍ୟ କୁମାର ସେଠୀ,ପୂର୍ବତନ ଖେଳଶିକ୍ଷକ ପ୍ରଶାନ୍ତ କୁମାର ବେହେରା,ବିଜୟ କୁମାର ମହାପାତ୍ର, ଶିକ୍ଷାବିତ୍ ଯୁଗଳ କିଶୋର ପାତ୍ର,ଆଲୁମିନି ସଭାପତି ନିଶିଥ କୁମାର ଦେ,ଓଷ୍ଠାର ସଂପାଦକ ବିଜୟ ପାତ୍ର,ଶ୍ରୀରାମପୁର ପଞ୍ଚାୟତ ସରପଞ୍ଚ ଦେବ କୁମାର ଦେ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଶିକ୍ଷୟିତ୍ରୀ ଜୟନ୍ତୀ ପ୍ରଧାନ ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ଏବଂ ଶିକ୍ଷୟିତ୍ରୀ ନମିତା ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ ।ଖେଳ ଶିକ୍ଷୟିତ୍ରୀ ଅର୍ପିତା ରାଉତ ତତ୍ତ୍ବାବଧାନରେ ବିଭିନ୍ନ ବିଭାଗରେ କୃତୀତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଅପରାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀ ଶୁଭଶ୍ରୀ ନିବେଦିତା ସିଂ, ରଶ୍ମିତା ସେଠୀ,ଆଶାଲତା ପାଣି, ରାଜ କୁମାର ଦାସ,ଭରତ ଚନ୍ଦ୍ର ସାହୁ,ରୋହିତ୍ ପରିଡା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post