ନୟାଗଡ଼ (ଆଜତକ୍ ଓଡ଼ିଶା / ପ୍ରଦୀପ ସେଠିଆ) : ଦିବ୍ୟାଙ୍ଗ ମାନେ ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଫଳରେ ଅନେକ ସଫଳ କାର୍ଯ୍ୟ କରିପାରନ୍ତି।ଏହିଭଳି ଏକ ଉଦାହରଣ ଆସିଛି,ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପତ୍ତିପୁର ପଞ୍ଚାୟତର ଚ଼ମ୍ପତ୍ତିପୁର ଗ୍ରାମର ଦୃଷ୍ଟିବାଧିତ ଛାତ୍ର ଲିଟନ ସୁନ୍ଦରାୟ,ଯିଏକି ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନୟାଗଡ଼ର ସେବା ଅନୁଷ୍ଠାନ ଦ୍ବାରା ପ୍ରେରଣା ପାଇ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଖଙ୍ଗୁରିଆ ପଞ୍ଚାୟତ ର ସଂପୁର ଠାରେ ଥିବା ୭୫୦ ଫୁଟ ର ଦୀର୍ଘ ପାହାଡ଼ ମଣ୍ଡନଗିରି(ମୁଣ୍ଡିଆ ପଡ଼ା)କୁ ଲୋକଜିତ ପରିଡା, ସହବାଗୀ ସରୋଜ କୁମାର ନାୟକ, ଅଧିକାରୀ ଅନନ୍ତ ମହାପାତ୍ର,ଅଭିନାଶ ପରିଡା,ସମ୍ବିତ ଭୂଷଣ ରାଉତରାୟ ଙ୍କ ସହଯୋଗ ଓ ଧଳା ବାଡ଼ି ସାହାଯ୍ଯରେ ଚ଼ାଲି ଚ଼ାଲି ଅତିକ୍ରମ କରିପାରିଛି। ଯାହାକି ଅଞ୍ଚଳବାସୀ ଙ୍କ ପାଇଁ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଇଚ୍ଛାଶକ୍ତି ଆଗରେ ଭିନ୍ନକ୍ଷମତା ହାର ମାନିଛି।ଦୃଷ୍ଟିବାଧିତ ଛାତ୍ର ଲିଟନ ସୁନ୍ଦରାୟ ଙ୍କ ଏଭଳି କାର୍ଯ୍ୟ କୁ ଅଞ୍ଚଳ ବାସୀ ସାବାସ୍ ଦେବା ସହ ଭୂରି ଭୂରି ପ୍ରଂଶସା କରୁଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଦିବ୍ୟାଙ୍ଗ ମାନେ କୌଣସି ଗୁଣରେ କମ୍ ନୁହଁନ୍ତି। ତାଙ୍କୁ ସ୍ନେହ,ଆଦର,ଉଚ଼ିତ ଶିକ୍ଷା,ପ୍ରଶିକ୍ଷଣ ଓ ପ୍ରରଣା ଯୋଗାଇଲେ,ସେମାନେ ନିଶ୍ଚୟ ସମାଜ ର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ।

Post a Comment