କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) : ଆଜି କଣ୍ଟାବାଞ୍ଜି ପ୍ରେସ୍ କ୍ଲବ ଅଫିସରେ ବିର୍ସା ମୁଣ୍ଡା ଆଦିବାସୀ ସଂଗଠନ ଏବଂ ଆମ୍ବେଦକର ଯୁବକ ସଂଘ ବେହେରେନ୍ସିଲେଟ ର ମିଳିତ ସହଯୋଗରେ ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ସାବିତ୍ରୀ ବାଈ ଫୁଲେ ଭାରତ ସ୍ୱାଧୀନ ହେବାର ଶହେବର୍ଷ ପୂର୍ବରୁ ବାଳିକା ମାନଙ୍କ ଶିକ୍ଷା ପାଇଁ ପୁଣେରେ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହିତ ସମାଜର କୁସଂସ୍କାର, ମହିଳା ଓ ପୁରୁଷ ମଧ୍ୟରେ ଥିବା ତାରତମ୍ୟ ଆଦି ଉପରେ କାମ କରି ନିଜକୁ ଏକ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ପରିଗଣିତ କରି ପାରିଥିଲେ।ଏହି ଅବସରରେ ଛାତ୍ରୀ ମାନେ କିପରି ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥି ପ୍ରତି ଦୃଷ୍ଟି ଦେବା ନେଇ ସମସ୍ତ ସଦସ୍ୟ ଚର୍ଚ୍ଚା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ପ୍ରଭଜିତ୍ ସିଂ ସାଲୁଜା, ବିର୍ଷମୁଣ୍ଡା ଆଦିବାସୀ ଯୁବକ ସଂଘ ସଭାପତି ଯୁଗଳ କିଶୋର ଶବର, ଆମ୍ବେଦକର ଯୁବକ ସଂଘ ସଭାପତି ଲିମାଇ ଚରଣ ମହତ୍ ସହ ପ୍ରେସ କ୍ଲବ କଣ୍ଟାବାଞ୍ଜି ର କାର୍ଯ୍ୟକାରି ସଭାପତି ସୁରଦାସ ବାଗ, କୋଷାଧ୍ୟକ୍ଷ ହନି ସିଂ , ପରାମର୍ଶ ଦାତା ଆଶିଷ ଖେତାନ ,ଆନନ୍ଦ ମୋଟେ , ଉପ ସଭାପତି ତୁଳସୀ ରାମ ଜଗତ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Post a Comment