ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀଛକ ଠାରେ ସରକାରୀ ଜାଗାରେ ବେଆଇନ ଭାବେ ଦୋକାନ ବସାଇବାକୁ କେନ୍ଦ୍ରକରି ରକ୍ତାକ୍ତ ସଂଘର୍ଷ ହୋଇ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସୂଚନାରୁ ପ୍ରକାଶ ଏହି ଛକରେ ଆଜି ସକାଳେ ଜଣେ ସାପକେଳା ନିଜର ପସରା ମେଲାଇ ଖେଳ ଦେଖାଉଥିଲେ ବେଳେ ସେକ ଜମସୂର୍ ନାମକ ଜଣେ ଜୈନିକ ଯୁବକ ସାପ ଖେଳିକୁ ଗାଳି ଗୁଲଜ କରିବା ସହିତ ଗୋଇଠା ମାରି ସାପୁଆଙ୍କ ପସରା ଭାଙ୍ଗିଦେଇଥିଲେ। ପରେ ସାପଖେଳ ଦେଖୁଥିବା ଲୋକ ଏବଂ ଜାମସୁର ପରିବାର ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ପରେ ମାରପିଟ ଆରମ୍ଭ ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ପଥର ମରାମରି ହେବା ସହିତ ଡେଙ୍ଗାରେ ପିଟା ମୋରା ହୋଇ ବହୁ ଲୋକ ଆହତ ହୋଇଥିବା ବେଳେ ଉଭୟ ୫ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ମାନେ ହେଲେ ସେଖ ମନିରୁଦ୍ଦିନ ,ସେଖ କାଲା,ସେଖ ସଫିରୁଦ୍ଦିନ, ସେଖ ନସିରୁଦ୍ଦିନ,ସେଖ ଜମସୁର ବୋଲି ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାକୁ ଆୟତ୍ତ କରିଥିଲେ। ଆଗାମୀ ଗୋଣ୍ଡଗୋଳ କୁ ଦୃଷ୍ଟିରେ ରଖି ଥାନା ପକ୍ଷରୁ ଅଧିକ ଫୋର୍ସ ମୁତୟନ କରାଯାଇଥିଲା। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଉଭୟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ବସ୍ତା ଥାନା ଅଧିକାରୀ ବାରିଣୀ ଦାସ ଘଟଣା ସ୍ଥଳରେ ରହି ପରିସ୍ଥିତି ଉପରେ ନଜର ରଖିଛି। ପ୍ରକାଶ ଥାଉକି ଗତକାଲି ଏହି ଛକରେ ଦୋକାନ ବସାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଉକ୍ତଘଟଣା ଥାନାରେ ବିଚାରାଧୀନ ଥିବା ବେଳେ ପୁଣି ଆଜି ରକ୍ତାକ୍ତ ସଂଘର୍ଷ ପରେ ଗାନ୍ଧୀଛକରୁ ଜବର ଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ଲୋକେ ଏବଂ କ ବିଭିନ୍ନ ମହଲରେ ଦାବି ହୋଇଛି।

Post a Comment