ପ୍ରଭାତ କ୍ଲବ ଏବଂ ଓରିଏଣ୍ଟ କ୍ଲବ ମଧ୍ୟରେ ମୁକବିଲା : ପ୍ରଭାତ କ୍ଲବ କଣ୍ଟାବାଞ୍ଜି ବିଜୟୀ


କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ରେଲୱେ ଖେଳ ପଡିଆ ରେ ଚାଲିଥିବା ଲୋକାଲ କ୍ରିକେଟ ଖେଳ ଆଜି କଣ୍ଟାବାଞ୍ଜି ପ୍ରଭାତ କ୍ଲବ ଏବଂ ଓରିଏଣ୍ଟ କ୍ଲବ ମଧ୍ୟରେ ହୋଇଥିଲା । ପ୍ରଥମେ ଓରିଏଣ୍ଟ କ୍ଲବ ବ୍ୟାଟିଂ କରି ୧୬.୩ ଓଭର ରେ ସମସ୍ତ ବିକେଟ୍ ହରାଇ ପ୍ରଭାତ କ୍ଲବ ସାମ୍ନାରେ ୧୪୮ ରନ ର ଲକ୍ଷ୍ୟ ରଖିଥିଲା । ଓରିଏଣ୍ଟ ଦଳ ତରଫରୁ ଅଧିନାୟକ ସେହୱାଜ୍ ଖାଁ ୧୬ ବଲ ରେ ୨୮ ରନ ଏବଂ ପୂର୍ଣ୍ଣ ଭୋଇ ୨୧ ବଳରେ ୩୫ ରନ କରିଥିଲେ । କଣ୍ଟାବାଞ୍ଜି ପ୍ରଭାତ କ୍ଲବ ୧୬.୧ ଓଭର ରେ ହାସିଲ କରି ବିଜୟୀ ହୋଇଥିଲା । ଆଜିର ମ୍ୟାଚ ଚରନ୍ କୁମାର ଏବଂ ପ୍ରଶାନ୍ତ ଦାସ ପରିଚାଳନା କରିଥିଲେ। ଏହି ମ୍ୟାଚ୍ ରେ ଧୂଆଁଧାର ବ୍ୟାଟିଂ କରି ଅମିତ ଯୁଏଡ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ ।ଅମିତ ଯୁଏଡ ୪୯ ବଲ୍ ରେ ୧୦୧ ରନ କରି ଅପରାଜିତ ରହିଥିଲେ । ଏହି ଖେଳ ପ୍ରତିଯୋଗିତା ରେ କଣ୍ଟାବାଞ୍ଜି ପ୍ରଭାତ କ୍ଲବ ର ଏହା ଚତୁର୍ଥ ବିଜୟ ହୋଇଥିବା ବେଳେ ପ୍ରଭାତ କ୍ଲବ ସେମିଫାଇନାଲ କୁ ଉନ୍ନୀତ ହୋଇ ସାରିଛି। ଏହି ମ୍ୟାଚ୍ ରେ ପୂର୍ବତନ ଖେଳାଳି ରବୀନ୍ଦ୍ର ସେନାପତି ମୂଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ସିଙ୍କି ସାଲୁଜା, ବାବୁଲାଲ ଖେତ୍ରୀ, ମହେଶ , ରାକେ ସିଂ, ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post