ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଜିଲ୍ଲାନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବୀନେଇ ଆଜି ବୌଦ୍ଧଜିଲ୍ଲା ନିର୍ମାଣ ଶ୍ରମିକ ସମନ୍ବୟ ସମିତି ପକ୍ଷରୁ ଦାବୀ ପୁରଣ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଦିବାରାତ୍ର ଗଣ ଧାରଣା ଆଜିଠାରୁ ଆରମ୍ଭ ହୋଇଛି । ପ୍ରକାଶଯୋଗ୍ୟ ଯେ ୨୦୧୮-୧୯ ଶିକ୍ଷାବର୍ଷଠାରୁ ଏ ଯାବତ ଜଣେବି ଶ୍ରମିକ ଶିକ୍ଷାସହାୟତା ବାବଦ ଅର୍ଥପାଇନଥିବା ବେଳେ ୨୦୧୯ ମସିହାରୁ ତିନିହଜାର ପାଞ୍ଚଶହରୁ ଉର୍ଦ୍ଧ ଶ୍ରମିକ କନ୍ୟାବିବାହ ସହାୟତା ପାଇଁ ଆବେଦନ କରିଥିବା ବେଳେ ଜଣେବି ଶ୍ରମିକ ବିବାହ ସହାୟତା ଟଙ୍କା ପାଇନାହାନ୍ତି । ଏଥିରୁ ମଧ୍ୟ ଅନେକ ଆବେଦନକାରୀ ଇତିମଧ୍ୟରେ ୬୦ବର୍ଷ ଅତିକ୍ରାନ୍ତ ହୋଇସାରିଥିବାବେଳେ କିଛି ଶ୍ରମିକ ଇତିମଧ୍ୟରେ ପ୍ରାଣତ୍ୟାଗ କରିସାରିଲେଣି । ଠିକ ସେହିଭଳି ବର୍ଷ ବର୍ଷ ଧରି ସାଇକେଲ ଓ ଯନ୍ତ୍ରାସକ୍ରୟ ନିମିତ୍ତ ପାଇବାକୁ ଥିବା ସହାୟତାରୁ ବଞ୍ଚିତ ଅଛନ୍ତି ଏଜିଲ୍ଲାରେ ୫୪,୦୦୦ରୁ ଉର୍ଦ୍ଧ ପଞ୍ଜିକୃତ ନିର୍ମାଣ ଶ୍ରମିକ । ଏନେଇ ବାରମ୍ବାର ଆପତ୍ତି ଅଭିଯୋଗ କଲେ ସୁଦ୍ଧା ଶ୍ରମବିଭାଗ ସର୍ବଦା କେବଳ ପ୍ରତିଶୁତି ଦେଇଚଲିଛି । ଏଣୁ ଆଜିର ଆନ୍ଦୋଳନରେ ହଜାର ହଜାର ଶ୍ରମିକ ଯୋଗଦେଇ ନ୍ୟାୟ ନପାଇଲା ପର୍ଯ୍ୟନ୍ତ ବସିରହିବୁ ବୋଲି ଚେତାବନୀ ଦେଇଛନ୍ତି । ଶ୍ରମିକନେତା ଅବକାଶ ସାହୁ ଅର୍ଜୁନରଣା ପ୍ରଭାତ ମଟାଲି ଲୋକନାଥ ଶତପଥି ଦିଲ୍ଲିପ ବସ୍ତିଆ ଅନୀଲ ରଥ ପ୍ରମୁଖଙ୍କ ନେତୃତ୍ବରେ ଚାଲିଥିବା ଆନ୍ଦୋଳନରେ ବୌଦ୍ଧ ବ୍ଲକ ଅଧକ୍ଷ ପ୍ରୟଦର୍ଶୀ ପ୍ରତ୍ୟୁଷ ରଥ କଂଗ୍ରେସ ଜିଲ୍ଲା ସଭାପତି ନବକୁମାର ମିଶ୍ର ବୁଦ୍ଧିଜୀବି ବିଶ୍ବଜିତ ପୃଷ୍ଟି ପ୍ରମୁଖ ଯୋଗଦେଇ ନୈତିକ ସମର୍ଥନ ପ୍ରଦାନପରେ ଆନ୍ଦୋଳନକାରୀଙ୍କ ମନୋବଳ ବୃଦ୍ଧିପାଇଛି । ଅପରାହ୍ନ ୦୪ ଘଟିକା ସମୟରେ ବୌଦ୍ଧ ଆଇ.ଆଇ.ସି ମାଧବାନନ୍ଦ ନାୟକଙ୍କ ତତ୍ତ୍ବାବଧାନରେ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କ ସହ ଆଲୋଚନା ହୋଇଥିବା ବେଳେ ଆଲୋଚନା ବିଫଳ ହୋଇଥିବା ଯଣାପଡିଛି । ଏଣୁ ଏ ଆନ୍ଦୋଳନ ଆଗକୁ ନିଶ୍ଚିତ ରୁପେ ଉଗ୍ରରୁପ ନେବ ବୋଲି ଶ୍ରମିକସଂଘର ନେତୃବୃନ୍ଦ ପ୍ରକାଶ କରିଛନ୍ତି ।

Post a Comment