ସିନାପାଲି ଗାୟତ୍ରୀ ଶକ୍ତିପୀଠର ନବରାତ୍ର ପୂଜା ଆରମ୍ଭ


ନୂଆପଡା,(ପରମେଶ୍ୱର ମେହେର) ସିନାପାଲି ଗାୟତ୍ରୀ ଶକ୍ତିପୀଠ ଠାରେ ସୋମବାର ଠାରୁ ବିଧି ଅନୁଯାୟୀ ନବରାତ୍ରି ପୂଜା ଆରମ୍ଭ ହୋଇଛି । ଏ ନେଇ ଶକ୍ତିପୀଠ ଚଳଚଂଚଳ ହୋଇ ଉଠିଥିବା ବେଳେ ପ୍ରାୟ ୨୦୧ ଗୋଟି ଅଗଣ୍ତ ଦୀପ ନଅଦିନ ପାଇଁ ପ୍ରଜ୍ଜଳନ କରାଯାଇଛି । ଏଥିସହ ପ୍ରତିଦିନ ଗାୟତ୍ରୀ ଯଜ୍ଞ ଆୟୋଜନ ସହ ୧୦୧ ଜଣ ଶ୍ରଦ୍ଧାଳୁ ଧ୍ଯାନରେ ବସି ଅହରହ ଗାୟତ୍ରୀ ମଂତ୍ର ଜପ କରୁଛନ୍ତି । ଏହି ନବରାତ୍ର ପୂଜା ଆଗାମୀ ନବମୀ ଦିନ ଉଦଯାପିତ ହେବାକୁ ଥିବା ବେଳେ ଏହି ଦିନ ନଅ କୁଣ୍ତୀୟ ଗାୟତ୍ରୀ ଯଜ୍ଞ କରାଯାଇ ବିଭିନ୍ନ ସଂସ୍କାର କାର୍ଯ୍ଯ କରାଯିବ ବୋଲି ଶକ୍ତିପୀଠ କମିଟି ତରଫରୁ ସୂଚନା ଦିଆଯାଇଛି ।  ଏଠାରେ ସୂଚନାଯୋଗ୍ଯ ଯେ, ଆଗାମୀ ଜାନୁଆରୀ ମାସରେ ହେବାକୁ ଥିବା ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞକୁ ନେଇ ସିନାପାଲି ଶକ୍ତିପୀଠ ମାଧ୍ଯମରେ ବ୍ଯାପକ ପ୍ରସ୍ତୁତି ଚାଲିଥିବା ବେଳେ ଅଂଚଳରେ ବେଶ ଉତ୍ସାହର ବାତାବରଣ ପରିଲିକ୍ଷିତ ହେଉଛି । ବର୍ତ୍ତମାନର ନବରାତ୍ର ପୂଜା କାର୍ଯ୍ଯକ୍ରମକୁ ସିନାପାଲି ଗାୟତ୍ରୀ ଶକ୍ତିପୀଠର କର୍ମକର୍ତ୍ତା ପରିଚାଳନା କରୁଛନ୍ତି ।

Post a Comment

Previous Post Next Post