ବୌଦ୍ଧ ସରସ୍ବତୀ ଶିଶୁମନ୍ଦିର ରେ ସମାରୋହରେ ପାଳିତ ହେଲା ଶ୍ରୀଜନ୍ମାଷ୍ଟମୀ


ବୌଦ୍ଧ (ସୁଶାନ୍ତ କୁମାର ବେହେରା) : ବୌଦ୍ଧ ଜିଲ୍ଲା ସଦର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଛି ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପର୍ବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତାପ କୁମାର ରଥ ଯୋଗ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ!ଆଜି ସମସ୍ତ ଶିଶୁ ମାନେ ସୁନ୍ଦର ରାଧା କୃଷ୍ଣ ବେଶରେ ସଜାଇ ହୋଇ ବିଦ୍ୟା ମନ୍ଦିର କୁ ଆସିଥିଲେ!ପ୍ରଥମେ ପୂଜାର୍ଚ୍ଚନା ସରିବା ପରେ ଶିଶୁ ମନ୍ଦିରରୁ ସମସ୍ତ ଶିଶୁ ମାନେ ରାଧାକୃଷ ବେଶରେ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଧରଣୀଧର ପରିଡା ସ୍ୱାଗତ ଭାଷଣ ସହ ସଭା ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସଭାପତି ରାଜକିଶୋର ମହାରଣା, ସମ୍ପାଦକ ସାର ପ୍ରଧାନ, ଯୁଗ୍ମ ସମ୍ପାଦକ ସନ୍ତୋଷ ପୁରୋହିତ ଓ ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post