କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ କୁଲି ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ କୁଲି ମାଁ ଧୋବ ଘାଟେନ ଯୁବକ ସଂଘ ଓ କଣ୍ଟାବାଞ୍ଜି ପ୍ରେସ କ୍ଲବ ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥ୍ ଭାବେ ସମିତି ସଭ୍ୟ ଗିରିରାଜ ସିଂ ମାଝି, ଚଟୁଅନକା ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡି, ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସମାଜସେବୀ ଜୌତି ପନିକା ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱେଚ୍ଛାକୃତ ଭାବେ ଜଣେ ମହିଳାଙ୍କ ସହ ୫୬ ଜଣ ରକ୍ତ ଦେଇଥିଲେ। ମାଁ ଧୋବ ଘାଟେନ ଯୁବକ ସଂଘ ସଭାପତି ଗୁଣନିଧୂ ରଣା, ସମ୍ପାଦକ ମହେନ୍ଦ୍ର ରଣା, କୋଷାଧ୍ୟକ୍ଷ ସୁମନ୍ତ ଦାସ, ଶ୍ୟାମ ସୁନ୍ଦର ରଣା, ସଦସ୍ୟ ଜଗମୋହନ ତାଣ୍ଡି, ହିଜରାଜ ରଣା, କହ୍ନେୟା ଠାକୁର, ବେଦପ୍ରକାଶ ରଣା, ନିରାକାର ରଣା, ଟୁନୁ ରଣା, ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ସମ୍ପାଦକ ଜୁଗଲ କିଶୋର ଶବର, ଉପସଭାପତି ମନୋଜ ଶର୍ମା, ସହସମ୍ପାଦକ ରୋହନ ମହତ ( ସଂଗଠକ), ବିସିକେଶନ ମାଝି ( ଅଫିସ), ପରାମର୍ଶଦାତା ଦୁର୍ଗା ପ୍ରସାଦ ଗୁପ୍ତା (ବଣ୍ଟି), ଆନନ୍ଦ ମୋଟେ, ଆଶିଷ ଖଇତାନ, ସଦସ୍ୟ ବିକାଶ ମିତ୍ତଲ, ଯୁବ ସମାଜସେବୀ ସିଙ୍କି ସିଂ ସାଲୁଜା, ୟୋଗେଶ ପନିକା ପ୍ରମୁଖ ସହଯୋଗ କରିଥିଲେ। ବ୍ଲଡ ବ୍ୟାଙ୍କ ଅଫିସର ଭାବେ ଡାକ୍ତର ଜ୍ୟୋତି ପ୍ରକାଶ ରାମ, ଟେକ୍ନିସିଆନ ସୁନିତା ଭୋଇ, କର୍ମଚାରୀ ଶିବ କୁମାର ସାହୁ, ଦୁର୍ଗା ତାଣ୍ଡି, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ। ଶିବିର ଆୟୋଜକ ପକ୍ଷରୁ କୁଲି ଅଙ୍ଗନବାଡି କର୍ମୀ ସୁମିତ୍ରା ରଣାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ଯୁବ ସ୍ବାଭିମାନ ଦିବସରେ ରକ୍ତଦାନ ଶିବିର : ୫୬ ୟୁନିଟ୍ ରକ୍ତ ସଂଗ୍ରହ
ଆଜତକ ଓଡ଼ିଶା
0
Post a Comment