ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ଗଲା ଘର ବେସାହାରା ତିନି ପରିବାର


ନୂଆପଡା,(ଆଜତକ୍ ଓଡ଼ିଶା) କିଛି ଦିନ ହେବ ରାଜ୍ୟର ଅନେକ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ କେଉଁଠି ଅନେକ ଧନ ଜୀବନ ନଷ୍ଟ ହେଉଛି ତ କିଏ ସର୍ବାହରା ହୋଇ ଯାଉଛି। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ ସ୍ଥିତ ବୋଟୋପାଲି ଗ୍ରାମର ଗୋପୀନାଥ ସୁନାନୀ ସ୍ତ୍ରୀ ମିନା ସୁନାନୀ,ଦିବାକର ହରିଜନ ସ୍ତ୍ରୀ ତ୍ରିବେଣୀ ହରିଜନ,ସୁଶିଳା ହରିଜନ ସ୍ବାମୀ ନକୁଳ ହରିଜ,ହେମରାଜ ହରିଜନ ସ୍ତ୍ରୀ ରିଙ୍କି ହରିଜନ,ହେମନ୍ତ ହରିଜନ,ଗଣେଶ ହରିଜନ,ଅନେକ ବର୍ଷ ଧରି ବିପଦପୂର୍ଣ୍ଣ ଘରେ ରହି ଗୋଟିଏ ଗୋଟିଏ ଦିନ ଜୀବନ ମରଣ ସହ ସଂଘର୍ଷ କରି ଅର୍ଦ୍ଧ ଭଙ୍ଗା ଘରେ ଚାରି ପରିବାର ର ନଅ ଜଣ ସଦସ୍ୟା ବସବାସ କରି ଆସୁଥିଲେ। କିନ୍ତୁ ଲଘୁଚାପ ଜନିତ ବର୍ଷା ହେଲା ପରିବାର ଲୋକଙ୍କ ପାଇଁ ବିପଦ। ପ୍ରତ୍ୟେକ ଦିନ ଭଳି ଗତ କାଲି ମଧ୍ୟ ଲଗାଣ ବର୍ଷା ଲାଗି ରହିଥିବା ବେଳେ ହଟାତ ଘର ଦିବାଳ ଭୁଶୁଡ଼ି ପଡ଼ିଯିବା ପରେ ଅଳ୍ପକେ ବର୍ତିଲେ ପରିବାର ଲୋକେ। ଘର ଭୁଶୁଡ଼ି ପଡ଼ିବାର ଦେଖି ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ପହଞ୍ଚି ଅନେକ ମୂଲ୍ୟବାନ ଜିନିଷ ପତ୍ର କୁ ଉଦ୍ଧାର କରି ପରିବାର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ନେଇ ଆଶ୍ରୟ ଦେଇଥିଲେ। ଗରିବ ନିରୀହ ଲୋକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ସରକାର ଅନେକ ଯୋଜନା ମାମଧ୍ୟରେ ଘର ଯୋଗାଉଛନ୍ତି। କିନ୍ତୁ ଏବେବି ଏମିତି ଅନେକ ଗରିବ ପରିବାର ପାଖରେ ତାହା ଅପହଞ୍ଚ ହୋଇ ରହି ଯାଉଛି। ପରିବାର ଲୋକେ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଆପତ୍ତି ଅଭିଯୋଗ କରିବା ପରେ ମଧ୍ୟ କୌଣସି ପ୍ରଶାସନିକ ଦୃଷ୍ଟି ପଡୁନଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ବିଷୟରେ ଆମେ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବା ପରେ ତାଙ୍କ ପରିବାର ର ଦୁଇ ଜଣଙ୍କ ନାମ ଘର ତାଲିକା ଲିଷ୍ଟରେ ଅଛି ଓ ଏହି ସମସ୍ୟା ସମ୍ପର୍କରେ ମୁଁ ଉପରୋକ୍ତ ଅଫିସରଙ୍କ ସହ ଆଲୋଚନା କରିବା ସହ ଯଥା ଶୀଘ୍ର ହେବ ଘର ଯୋଗାଇ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି ବରଗାଁ ସରପଞ୍ଚ ।

Post a Comment

Previous Post Next Post