ବୌଦ୍ଧ,(ଶୁଶାନ୍ତ କୁମାର ବେହେରା) : ୦୭.୦୭.୨୦୨୨ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇଦିନିଆ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନହଲଠାରେ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ହରଭଙ୍ଗା ଏବଂ କଣ୍ଟାମଳ ବ୍ଲକର ବଛା ବଛା ସାଂସ୍କୃତିକ ଦଳ ଯେଉଁମାନେ କି ଅନଲାଇନ ମାଧ୍ୟମରେ ପଂଜିକୃତ ହୋଇଥିଲେ ସେହି କଳାକାରମାନେ ଏହି ଚୟନ ପ୍ରକ୍ରିୟାରେ ଯୋଗଦେଇଥିଲେ । ୮ ତାରିଖ ଦିନ ବୌଦ୍ଧ ଏନଏସି ଓ ବୌଦ୍ଧ ବ୍ଳକର କଳାକାରମାନେ ଏହି ଚୟନ ପ୍ରକ୍ରିୟାରେ ଭାଗନେବେ । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଲକ୍ଷ୍ମଣ ମହାପାତ୍ର. ତୁଷାରକାନ୍ତ ପଟ୍ଟନାୟକ , ଭବାନୀ ଶଙ୍କର ମହାପାତ୍ର. ହରିହର ପ୍ରଧାନ, ବାସୁଦେବ ପାତ୍ର, ବସନ୍ତ କୁମାର ବୋଷ ପ୍ରମୁଖ ଯୋଗ ଦେଇଥିଲେ । ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ଯୋଗ ଦେଇଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।
ବୌଦ୍ଧରେ କଳାକାରଙ୍କ ପାଇଁ ଦୁଇଦିନିଆଁ ଚୟନ ପ୍ରକ୍ରିୟା ଆରମ୍ଭ
ଆଜତକ ଓଡ଼ିଶା
0
Post a Comment