ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଜାମଶୂଳୀ ସ୍ଥିତ ଲଷ୍ମୀ ନାରାୟଣ କଲେଜ କଥା ଏବେ ଘଡିକେ ଘୋଡା ଛୁଟିବା ପରି ହୋଇଛି।ଗତ ୨୧ ତାରିଖ ଦିନ ପୂର୍ବତନ ଅଧ୍ୟକ୍ଷ ଶଙ୍କର ଚରଣ ଜେନା ବଲେଶ୍ୱର ଠାରେ କଲେଜରେ ଘୋଟାଲା ଦର୍ଶାଇ ତାହାର ଭିଜିଲାନ୍ସ ତଦନ୍ତ ଦାବିରେ ସାମ୍ବାଦିକ ସମ୍ମିଳନୀ କରିଥିଲେ।ତାର ପ୍ରତି ବାଦରେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ରସିକାନନ୍ଦ ମହାନ୍ତି ବସ୍ତା ପୂର୍ତ୍ତି ବିଭାଗ ଡାକ ବଙ୍ଗଳା ଠାରେ ଆଜି ସ୍ପେଶାଲ ଅଡ଼ିଟ(୩୧/୦୧/୧୮ ରୁ ୩୧/୦୧/୧୯)ଦାବିରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।ଡକ୍ଟର ମହାନ୍ତି ତାଙ୍କ ବାର୍ତ୍ତାରେ କହିଛନ୍ତି , ଶ୍ରୀ ଜେନା ଯେଉଁ ସ୍ପେଶାଲ ଅଡିଟ ରିପୋର୍ଟ କଥା ଦର୍ଶାଇ ଯେଉଁ ଘୋଟଲା କହିଛନ୍ତି ତାହା ତାଙ୍କର ଅପରିଣାମ ଦର୍ଶିତାର ପରିଚୟ ଦେଉଛି। ଏବେର ଅଧ୍ୟକ୍ଷ ରିପୋର୍ଟ ର କମ୍ପ୍ଲା ଏ ଦେବା ପରେ ଯାଇ ସ୍ପେଶାଲ ଅଡିଟ ପ୍ରକ୍ରିୟା ଶେଷ ହେବ ।ଅପୂର୍ଣ୍ଣାଙ୍ଗ ରିପୋର୍ଟକୁ ଆଧାର କରି ଶ୍ରୀ ଜେନା ଆତ୍ମସାତ ଅଭିଯୋଗ ଆଣିବା ଆଇନ ବିରୋଧୀ।ଶ୍ରୀ ଜେନା ଜଣେ ବିଶୃଙ୍ଖଳିତ ମଣିଷ ହୋଇ ଥିବାରୁ ଚିଠି ନଂ୪୧୯/୧୮:୧୨:୧୭ ଏବଂ ଚିଠି ନଂ୪୨୨/୧୨/୧୭ ରେ ତାଙ୍କ ନାମରେ ଗୁରୁତର ଅଭିଯୋଗ ଆସିଥିଲା ଯାହାର ଉତ୍ତର ସେ ମଧ୍ୟ ଦେଇ ପାରି ନାହାଁନ୍ତି।ଶ୍ରୀ ଜେନାଙ୍କ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ସିଆରଏଲଏମସି ନଂ୧୨୭୪/୨୦୧୯ ମୂଳେ ଏକ ଫୌଜଦାରୀ ମାମଲା ଅଦ୍ୟାବଧି ଚାଲିଅଛି।ଅଡ଼ିଟ ରିପୋର୍ଟ ୨୯/୦୫/୨୦ ମୂଳେ ବାଲେଶ୍ଵର ଲୋକଲ ଫଣ୍ଡ ଅଡ଼ିଟ ଶ୍ରୀ ଜେନାଙ୍କ ନାମରେ ଟ ୫୧୪୮୫୨୯ ଙ୍କା ରିକୁଭାରି ପାଇଁ ସଜେଷ୍ଟ କରିଛନ୍ତି।ସେ ଯେଉଁ ବେଆଇନ ନିଯୁକ୍ତି କଥା ଉଠାଇଛନ୍ତି ତାହାକୁ ତତ୍କାଳୀନ ପରିଚାଳନା କମିଟି ରିକ୍ୟୁଲୁସନ ନଂ୨୧୨/୦୨:୧୦:୨୦୧୫ ମୂଳେ ଆଇନ ସ୍ୱୀକୃତ ହୋଇଛି।କଲେଜ ଆକାଉଣ୍ଟରେ ମିସସେଲିନିଅସ ପାସ ବୁକ,ବିଜ୍ଞାନ ବିଭାଗ ଜମା ଖାତା, ମନ୍ଦିର ଜମା ଖାତା ରୁ ଶ୍ରୀ ଜେନା ସମ୍ପୂର୍ଣ୍ଣ ଟଙ୍କା ଉଠାଇ ନେଇ ତାହାକୁ ମୃତ(ଡେଡ଼) କରିଛନ୍ତି।
ଖାଲି ଏତିକି ନୁହେଁ ,ଶ୍ରୀ ଜେନା ଲଙ୍ଗଳେଶ୍ବର ଦୁର୍ଗା ପ୍ରସନ୍ନ କଲେଜ, ଏ ସ୍ୱ କେ ହାଇ ସ୍କୁଲ ଆଦି ଅନୁଷ୍ଠାନରେ ଅନଧିକାର ହସ୍ତକ୍ଷେପ, ସାମଗ୍ରୀ କୁ ଆତ୍ମସାତ କରିଥିବା ନେଇ ଜି ବି ସଭାପତି ,ସ୍ଥାନୀୟ ଲୋକ ଗୁରୁତର ଅଭିଯୋଗ କରିଥିଲେ।ଯାହାର ପ୍ରମାଣ ଡାକ୍ତର ମହାନ୍ତି ଙ୍କ ହସ୍ତଗତ ହୋଇ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଶ୍ରୀ ଜେନାଙ୍କ ଅବଧି (୩୧/୦୧/୧୮ ରୁ ୩୧/୦୧/୧୯ )ର ସ୍ପେଶାଲ ଅଡ଼ି ୪ ଟା ହେଲେ ବହୁ ସତ୍ୟ ପଦାକୁ ଆସିବ ବୋଲି ଡକ୍ଟର ମହାନ୍ତି ପ୍ରକାଶ କରିଛନ୍ତି।ଏନେଇ ଶ୍ରୀ ଜେନାଙ୍କ ସହିତ କୌଣସି ଯୋଗାଯୋଗ ହୋଇ ପାରି ନାହିଁ ।
Post a Comment