ବୌଦ୍ଧ : (ଶୁଶାନ୍ତ କୁମାର ବେହେରା) ବୌଦ୍ଧ ଗଡଜାତ ର ଗଣପର୍ବ ପବିତ୍ର ରଥ ଯାତ୍ରା- ୨୦୨୨ ଉପଲକ୍ଷେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ । ଚଳିତ ବର୍ଷ ଶ୍ରୀ ଜୀଉ ଙ୍କର ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରା ରେ "ଗେହ୍ଲା ମାଆ'' କଳାନିକେତନ, ବୌଦ୍ଧର ଶିଶୁ କଳାକାର ମାନଙ୍କ ଦ୍ଵାରା ପରିବେଷିତ ଦେବ ଦାସୀ /ମାହାରୀ ନୃତ୍ୟ ସେବା ର ଦୃଷ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା । ସହର ନିକଟବର୍ତ୍ତୀ ଗ୍ରାମାଞ୍ଚଳରୁ ଆସିଥିବା ଶ୍ରୀ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ଭଗବାନ ଙ୍କର ଏ ଅପରୂପ ଲୀଲା ରେ ଆତ୍ମବିଭୋର ଓ ପରମ ଶାନ୍ତି ଅନୁଭବ କରୁଥିବାର ଦେଖିବାକୁ ମିଳିଥିଲା ।
ପବିତ୍ର ବାହୁଡା଼ଯାତ୍ରା
ଆଜତକ ଓଡ଼ିଶା
0
Post a Comment