ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଗୁମୁରଡୁଲା ଗାଁ ନିକଟ ମହାନଦୀ ଘାଟରେ ବୁଡି ଯୁବକର ମୃତ୍ୟୁ । ମାଛ ଧରିବାକୁ ଯାଇ ଯୁବକ ଜଣକ ମହାନଦୀରେ ବୁଡି ଯାଇଥିବା ସୁଚନା । ମୃତ ଯୁବକ ଜଣକ ହେଲେ ଗୁମୁରଡୁଲା ନିକଟ ନାଚନିପଦର ଗାଁର ରବି ନାଏକ । ସୁଚନା ଅନୁସାରେ ଆଜି ସକାଳେ ରବି ମାଛ ମାରିବାକୁ ମହାନଦୀକୁ ଯାଇଥିଲେ । ସେଠାରେ ସେ ବୁଡି ଯାଉଥିବା କିଛି ଲୋକ ଦେଖି ଉଦ୍ଧାର କରିଥିଲେ । ତୁରନ୍ତ ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅତ୍ୟଧିକ ପାଣି ପିଇ ଦେଇଥିବାରୁ ଯୁବକର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏନେଇ ବିରମହାରାଜପୁର ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ମହାନଦିରେ ବୁଡି ଯୁବକମୃତ
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment