ସୁବର୍ଣ୍ଣପୁର(ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପକ୍ଷରୁ ସୁବର୍ଣ୍ଣପୁରରେ ଆଗ ଧାଡିର କରୋନା ଯୋଦ୍ଧା ଭାବରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ପ୍ରିକସନ ଡୋଜ (କୋଭାସିଲଡ଼) ଟୀକାକରଣ ପାଇଁ ସ୍ଥାନିୟ ଏନଜିଓସିସି ସମ୍ମିଳନି କକ୍ଷ ରେ ଟୀକାକରଣ କରାଯାଇଥିଲା ା ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ଗଣ ମାଧ୍ୟମର ଜିଲ୍ଲା ପ୍ରତିନିଧି ତଥା ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ସାମୁହିକ ଭାବରେ କରୋନା ପ୍ରୀକସନ୍ ଡୋଜ୍ ଟୀକା ନେଇଥିଲେ । ପର୍ଯ୍ୟାୟ କ୍ରମେ ଏହିସୁବିଧା ଜିଲ୍ଲାର ସମସ୍ତ ବ୍ଲକସ୍ତରୀୟ ସାମ୍ବାଦିକ ମାନଙ୍କ ପାଇଁ ୬ ଗୋଟି ବ୍ଲକ ମୁଖ୍ୟାଳୟରେ ଯୋଗାଇ ଦିଆଯିବ । ଆଜିର ଏହି ଟିକା କରଣ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଡି ଏଲ ଭି ଏମ ସନ୍ତୋଷ କୁମାର ସାହୁ, ଟୀକା ସ୍ବାସ୍ଥ୍ୟକର୍ମୀ ରାଜଶ୍ରୀ ଦ୍ଵିବେଦୀ, ଟୀକା ତଦାରଖ ଅଧିକାରୀ ବାଳଗୋପାଳ ମିଶ୍ର, ସହଯୋଗୀ ରଜତ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରି ସୁଚାରୁ ରୁପେ ସମସ୍ତ ଗଣମାଧ୍ୟମର ଜିଲ୍ଲାପ୍ରତିନିଧି ମାନଙ୍କୁ ଟିକାକରଣ କରାଇ ଥିଲେ । ଆଜି ସମୁଦାୟ ବିଭିନ୍ନ ୫୫ ଜଣ ସାମ୍ବାଦିକଙ୍କୁ ଟୀକାଦାନ କରାଯାଇଥିବା ବେଳେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ଅଶ୍ବିନି କୁମାର ଭୋଇ ଙ୍କ ସମତେ ଲାଇବ୍ରେରିଆନ ବିଦ୍ୟାପତି ପଣ୍ଡା, କର୍ମଚାରି ବିନୋଦ କିଶୋର ଦାନୀ, ପ୍ରମୁଖ ଉପସ୍ଥିତ ରହିଥିଲେ ା

Post a Comment