- ସରକାର ଓ ସରକାରୀ ବାବୁ ଏବଂ ଠିକା ସଂସ୍ଥା ର ଏହା ମଧୁଚନ୍ଦ୍ରିକା କି?
- କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ ପ୍ରକଳ୍ପ ରେ କାହିଁକି ଆଜି ପର୍ଯ୍ୟନ୍ତ କରାଯାଉନି ସୂଚନା ଫଳକ?
ବୌଦ୍ଧ : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ସଦର କୋର୍ଟ ଛକ ଠୁ ଆରମ୍ଭ ଜଗନ୍ନାଥ ସଡ଼କ ପ୍ରଶସ୍ତି କରଣ ର ମହା ଘୋଟଲା!ଯେଉଁ ରାସ୍ତା ଟି ସିଧା ସଳଖ ବୌଦ୍ଧ ଜିଲ୍ଲାରୁ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ଧାମକୁ ସଂଯୋଗ କରୁଛି ଆମେ ସେହିସଡ଼କ କଥା ଆଜି ଉପସ୍ଥାପନା କରୁଛୁ ଦୀର୍ଘ ୪ବର୍ଷ ଧରି ଏହି ରାସ୍ତାର ଉନ୍ନତି ଓ ପ୍ରଶାସ୍ତି କରଣ ପାଇଁ ବୌଦ୍ଧ ଜିଲ୍ଲା କୋର୍ଟ ଛକ ଠୁହରଭଙ୍ଗା ବ୍ଲକ ଧଳପୁର ଜଗନ୍ନାଥ ସଡ଼କ ପାଇଁ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଅତି ନିମ୍ନ ମାନର କାମ ହେଉଥିବା ଯୋଗୁଁ କାର୍ଯ୍ୟର ଏକ ମାସ ଭିତରେ ବହୁ ଜାଗାରେ ରାସ୍ତା ଓ ସେତୁ ଗୁଡିକରେଫାଟ ଦେବା ସହିତ ସେତୁ ଗୁଡିକର ଉଭୟ ପାର୍ଶ୍ଵ ରେ ତିଆରି ହେଉଥିବା ରାସ୍ତା ଏବଂ ପଥର ପ୍ୟାଚିଂ ଧସିଯାଉଥିବାର ଦେଖିବାକୁ ମିଳୁଛି।
ଯେକିତି କି ରାମଗଡ଼ ଲକ୍ଷ୍ମୀ ନାଳ ଉପରେ ସେତୁ, ଘୋରଡ଼ା ସେତୁ ଓ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ହୋଇଥିବା ଛୋଟ ଛୋଟ ପୋଲ ଗୁଡିକର ପ୍ରଶସ୍ତି କରଣ ପୁରୁଣା ପୋଲରେ ନିର୍ମାଣ ଇଦ୍ୟାଦି। ସ୍ଥାନୀୟ ବାସିନ୍ଦା ନିର୍ମାଣ ର ବିଭିନ୍ନ ସମୟରେ ଠିକା ସଂସ୍ଥା କୁ ଅଭିଯୋଗ କରିଆସୁଥିଲେ ମଧ୍ୟ ତାହାର ପ୍ରଭାବ ପଡୁନି। ନାଁ ଆଜି ପର୍ଯ୍ୟନ୍ତ କେତେ କୋଟି ଟଙ୍କାରେ ଏହି ପ୍ରକଳ୍ପ ଟି ତିଆରି ହେଉଛି ତାହାର ସୂଚନା ଫଳକ ଲାଗିଲା। ଏହି ଦୁର୍ନୀତି ସରକାର ଓ ସରକାରୀ ବାବୁ ଏବଂ ଠିକା ସଂସ୍ଥା ଙ୍କ ମଧୁଚନ୍ଦ୍ରିକାରେ ଜାଣି ଶୁଣି ଜନସାଧାରଙ୍କ ଆଖିରେ ଧୂଳିପକାଇ କାର୍ଯ୍ୟକାରୀ ହେଉନିତ? ଏବେ ପ୍ରଶ୍ନ ଉଠୁଛି ସ୍ଥାନୀୟ ଜନତାଙ୍କ ମନରେ।
Post a Comment