ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଯଉଁରାଭଉଁରା ନିକଟ ବାକି ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଯଉଁରାଭଉଁରା ଗାଁ ର ସନ୍ତୋଷ ପଧାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସନ୍ତୋଷ ବାକି ନାଳକୁ କୁଲାରୀ ସାଗ ତୋଳିବାକୁ ଯାଇଥିଲେ ମାତ୍ର ସଂନ୍ଧ୍ୟା ପର୍ଯ୍ୟନ୍ତ ସନ୍ତୋଷ ଘରକୁ ଫେରିନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲାପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ଆଜି ସକାଳୁ ପରିବାର ଲୋକେ ଜଙ୍ଗଲରେ ଖୋଜାଖୋଜି କଲା ପରେ ବାକି ନାଳରେ ସନ୍ତୋଷ ଙ୍କ ମୃତ ଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲା । ଏନେଇ ଏକ ଅପମୃତ୍ୟୁ ମାମଲା କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ତେବେ ସନ୍ତୋଷଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।
ଯଉଁରାଭଉଁରା ବାକିନାଳରୁ ମୃତଦେହ ଉଦ୍ଧାର
ଆଜତକ ଓଡ଼ିଶା
0
Post a Comment