ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ହାଇ ସ୍କୁଲର ଜନ ପ୍ରିୟ ଶିକ୍ଷକ ସତ୍ୟପାଲ ମିଶ୍ର ଓ ଜୟ କୃଷ୍ଣ ପ୍ରଧାନ ଦୀର୍ଘ ୪୦ ବର୍ଷ ପରେ ଚାକିରୀରୁ ଅବସର ନେଇଛନ୍ତି. ସେ ଥିଲେ ଏକା ଧାରାରେ ଜଣେ ଦରଦୀ -ମେଳାପୀ -ସରଳ -ନମ୍ର ସ୍ୱଭାବ -କ୍ରୀଡ଼ାବିତ -ଚିତ୍ରକର -ସମାଜ ସେବି -କବି -ଲେଖକ -ଦକ୍ଷ ଅଧ୍ୟାପକ -ସମୟାନୁ ବର୍ତ୍ତିତାର ବ୍ୟକ୍ତିତ୍ୱ -ଛାତ୍ର ବତ୍ସଳ -ଯୋଗୀ -ହାସ୍ୟ କଳାକାର - ପଦ କନ୍ଦୁକ ଏବଂ ପ୍ରଭୁ ଜଗନ୍ନାଥଙ୍କ ଉପରେ ଭଲ ଭାଷକ ତଥା ବିଶିଷ୍ଟ ବକ୍ତା.ତାଙ୍କ ଭଲ ପାଇବା କାହାକୁ ଅଛପା ନୁହେଁ. ସେ ସମସ୍ତଙ୍କୁ ଅତି ଆପଣାର କରି ଦୀର୍ଘ ୧୪ ବର୍ଷ ଧରି ଅଧକ୍ଷ ଦାୟିତ୍ୱ ଅତି ସୁଚାରୁ ରୂପରେ ତୁଲାଇ ମନ ମୁଣ୍ଡା ହାଇ ସ୍କୁଲ ପାଇଁ ସୁନାମ ଆଣିବାରେ ସଫଳତା ଅର୍ଜନ କରି ପାରିଛନ୍ତି. ଶ୍ରୀଯୁକ୍ତ ମିଶ୍ର ଓ ପ୍ରଧାନ ଙ୍କ ବିଦାୟ କାଳୀନ ଉତ୍ସବରେ ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ଉତ୍ସବରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ପୁରାତନ ନୂତନ ଛାତ୍ର ଛାତ୍ରୀ ଯୋଗ ଦେଇ ଦୁଇ ଶିକ୍ଷକଙ୍କ ଆରୋଗ୍ୟ ଜୀବନ କାମନା କରିଥିଲେ।
Post a Comment