ମକୁନ୍ଦ ସାଗର ର ପୁନଃ ଉଦ୍ଧାର ପାଇଁ ବିଡ଼ିଓ ଙ୍କୁ ଦାବିପତ୍ର


ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା) ବଙ୍ଗୋମୁଣ୍ଡା ପଞ୍ଚାୟତର ବଙ୍ଗୋମୁଣ୍ଡା-ଗୋହିରାପଦର ଗ୍ରାମର ମଝିରେ ରହିଛି ରାଜୁଡା ଅମଳରୁ ମକୁନ୍ଦ ସାଗର ।ତତ୍କାଳୀନ ବଙ୍ଗୋମୁଣ୍ଡା ଜମିଦାର ଙ୍କ ସମୟରେ ମକୁନ୍ଦ ସାଗର ଖନନ କରାଯାଇଥିଲା ।ଏଥିରେ ଦୁଇ ଗାଁ ର ହଜାର ହଜାର ଲୋକ ନିର୍ଭର କରୁଥିଲେ ।ଏବେ କିନ୍ତୁ ଅଲୋଡା ହୋଇପଡିଛି ।ଦୀର୍ଘବର୍ଷ ହେବ ଳିଆ ଆବର୍ଜନା ପୋତିହୋଇଯାଇଥିବାରୁ ପାଣି ସମସ୍ୟା ଲୋକେ ଭୋଗୁଛନ୍ତି ।ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି ।ଗ୍ରୀଷ୍ମ ର ପ୍ରକୋପ ଲୋକଙ୍କ ଅସୁବିଧା କୁ ବଢ଼ାଇଦେଇଛି ।ଦୀର୍ଘ ଦିନରୁ ପୁନଃଉଦ୍ଧାର ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ର ନୀରବତା ଲୋକଙ୍କ ଅସୁବିଧା କୁ ଦ୍ବିଗୁଣିତ କରୁଛି ।ପୁନଃ ଉଦ୍ଧାର ପାଇଁ ଲୋକଙ୍କ ଦାବି ଧୀରେ ଧୀରେ ତେଜୁଛି ।ସମାଜ ସେବୀ ତଥା ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ ଙ୍କ ନେତୃତ୍ୱରେ ଶତାଧିକ ଲୋକ ଏକ ରାଳିରେ ଆସି ମକୁନ୍ଦ ସାଗରର ପୁନଃ ଉଦ୍ଧାର ପାଇଁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।୧୫ ଦିନ ମଧ୍ୟରେ ପଙ୍କଉଦ୍ଧାର ପାଇଁ ଦାବି କରାଯାଇଛି ।ନଚେତ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Post a Comment

Previous Post Next Post