ବୋଲରୋ ବାଇକ ମୁହାଁ ମୁହିଁ ଧକ୍କା ଦୁଇଗୁରୁତର


କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା) :ବୋଲେରୋ ବାଇକ ମୁହାଁ ମୁହିଁ ଧକ୍କା ବାପ ପୁଅ ଆହତ ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ଗାନ୍ଧୀଛକ ରେ ଆଜି ଦିନ ଏକ ଘଣ୍ଟା ସମୟରେ କଣ୍ଟାମାଲ ଦିଗରୁ କାମସାରି ଏକ ପ୍ଲାଟିନା ବାଇକ ଗାଡ଼ି ନମ୍ୱର OR 31 1942 ଯୋଗେ ନିଜ ଘର ଧୁଙ୍ଗିଆଁପଦର ଫେରୁଥିବା ବେଳେ ସୋନପୁର ଦିଗରୁ ଆସୁଥିବା ଏକ ବୋଲେରୋ ଗାଡ଼ି ନମ୍ୱର (OD 10 E 3444) ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ବାଇକ ରେ ଥିବା ମାନସ ରଞ୍ଜନ କର୍ମୀ(୪୦)ଙ୍କ ଗୋଡ଼ ଆଉ ହାତରେ ଆଘାତ ଲାଗିଥିବା ବେଳେ ତାଙ୍କ ପୁଅ ଆୟୁଷମାନ କର୍ମୀ (୧୦)ଖଣ୍ଡିଆ ହୋଇଥିଲେ ।ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ମନମୁଣ୍ଡା ଚିକିତ୍ସା ଲୟରେ ଭର୍ତି କରିଛନ୍ତି।

 ଏପଟେ ମନମୁଣ୍ଡା ଗାନ୍ଧୀଛକର ଗୋଳେଇ କରଣ ହେବାକୁ ଥିବା ବେଳେ ହଜାର ବାର ପରିଦର୍ଶନରେ ଆସି ବୌଦ୍ଧ ପ୍ରଶାସନ ଶେଷରେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଥିବା ସଦୃଶ।ଉକ୍ତ ଛକରେ ହୋଇଥିବା ଡିଭାଇଡ୍ର ଭୁଲ ଥିବା ହେତୁ ଅନେକ ସମୟ ରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ତୁରନ୍ତ ପ୍ରଶାସନ ସେ ଗୋଲେଇଛକ ର ସ୍ବପ୍ନ ନଦେଖାଇ ତୁରନ୍ତ ଉକ୍ତ ଭୁଲ କୁ ସମାଧାନ କଲେ ଲୋକମାନେ ମୃତ୍ୟୁ ମୁଖରୁ ଓ ଦୁର୍ଘଟଣା ହେଉଥିବା ନିତିଦିନ ଉକ୍ତ ଗାନ୍ଧୀ ଛକରେ ଦୃଷ୍ଟିଦେବାକୁ ସାଧାରଣ ରେ ଦାବିହୋଇଛି।ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ଅଞ୍ଚଳବାସୀ ଚେଇଁ ରହି ଛନ୍ତି।

Post a Comment

Previous Post Next Post