ପୁରୁଣାକଟକ ଡ୍ରେନ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଓ ବିକାଶ ପରିଷଦ ର ବୈଠକ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକସ୍ଥ ପୁରୁଣାକଟକ ଧଲପୁର ଛକ ଠାରୁ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଡ୍ରେନ ଓ ରାସ୍ତା ନିର୍ମାଣ ଦାବି ରେ ଗତ କାଲି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା ଏହି ସମସ୍ୟା ଶୀଘ୍ର ପୂରଣ ପାଇଁ ଆଜି ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଙ୍କ ଅଧକ୍ଷତା ରେ ଏକ ବୈଠକ ତହସିଲ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା ବୈଠକ ରେ ଆଡିସନାଲ ତହସିଲଦାର ହରିଓମ ଭୋଇ ପୁରୁଣାକଟକ ଥାନା ଆଇଆଇସି ଜୋସ୍ନା କାଉଁରୀ ପି ଡ଼ବ୍ଲ ଡି ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ କଂଟ୍ରାକଟର ଶ୍ରୀନିବାସ ମିଶ୍ର ଙ୍କ ସମେତ ବିଦ୍ୟୁତ ବିଭାଗ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥଲେ ସେହିପରି ବିକାଶ ପରିଷଦ ସମ୍ପାଦକ ବିକାଶ ମହାକୁଡ଼ ଉପ ସଭାପତି ଲବ କୁମାର ପ୍ରଧାନ ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ ସମିତି ସଭ୍ୟ ସରୋଜ ପ୍ରଧାନ ସଦସ୍ୟ କୈଳାସ ଅଗ୍ରୱାଲ ସୁକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ତହସିଲଦାର ସମସ୍ତ ବିଭାଗ କୁ ନିଜ ଭିତରେ ସମନୋୟ ରଖି ୩୦ ଦିନ ମଧ୍ୟରେ କାମ ସାରିବାକୁ ନିର୍ଦେଶ ଦେଇଥିଲେ

Post a Comment

Previous Post Next Post