କୋଦୋଭଟା ଠାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ନ୍ୟାୟ ପାଇ ଭୁର୍ଷାଗୁଡା ସରପଞ୍ଚ ଙ୍କ ସାମ୍ବାଦିକ ସମ୍ମିଳନୀ


ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଭୁର୍ଷାଗୁଡା ପଞ୍ଚାୟତରେ ମନରେଗା କାମକୁ ନେଇ ଗାଁରେ ଗଣ୍ଡଗୋଳ ପରେ ଥାନାରେ ଦ୍ୱାରସ୍ତ ହେଇଥିଲେ ସରପଞ୍ଚ ପୁଷ୍ପାଞ୍ଜଳି ଛୁରା ତେବେ ଘଟଣାର ଗାଁର କିଛିଲୋକ ମାନେ ମନରେଗା କାମ କରାଇଦେବୁ ନାହିଁ ବୋଲି ମହିଳା ସରପଞ୍ଚ ଙ୍କୁ ଆକ୍ରମଣ ସହ ଗାଳିଗୁଲଜ କରିଥିଲେ ଗାଁର ଶ୍ରମିକ ମାନଙ୍କୁ ନେଇ କରୁଥିବା ଏଇ ମନରେଗା କାମକୁ ଗାଁ ଲୋକ ବିରୋଧ କରୁଥିବାବେଳେ ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ଏହାର ସମାଧାନ କରିବାକୁ ଚେଷ୍ଟା କରୁଥିଲେ । ତେବେ ଘଟଣାକୁ ମାସେ ବିତିଯାଇଥିଲେ ସୁଦ୍ଧା ନ୍ୟାୟ ପାଇନଥିବା ରୁ ଆଜି ବଙ୍ଗୋମୁଣ୍ଡା କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ର କୋଦୋଭଟା ଠାରେ ଥିବା ପାଠପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନ୍ୟାୟ ପାଇ ଅନୁରୋଧ କରିଛନ୍ତି । ସରପଞ୍ଚ ପୁଷ୍ପାଞ୍ଜଳି ଛୁରା ସିନ୍ଧେକେଲା ଥାନାରେ ଏନେଇ ୧୪ଜଣଙ୍କ ନାଁରେ ଲିଖିତ ଅଭିଯୋଗ ପରେବି ପୋଲିସ ଚୁପଥିବା ଜଣାପଡିଛି । ବନ୍ଧଥିବା ନରେଗା କାର୍ଯ୍ୟ ଆରମ୍ଭ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

Post a Comment

Previous Post Next Post