ତୁରେକେଲା କଦଲିପାଲି ଗାଁରେ ପୋଲିସ-ମାଓବାଦୀ ଗୁଳିବିନିମୟ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ପୋଲିସ-ମାଓବାଦୀ ଗୁଳିବିନିମୟ । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କଦଳୀପାଳି ଗାଁରେ ଜଙ୍ଗଲରେ ଚାଲିଛି ଗୁଳିବିନିମୟ । ପୁରା ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ପୋଲିସ ପକ୍ଷରୁ ତୁରେଇକେଲା ଥାନା ମହଖଣ୍ଡ ନିକଟସ୍ଥ କଦଳୀପାଳି ଗାଁରେ ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଥିଲା । ତେବେ ଜଙ୍ଗଲରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଦେଖି ମାଓବାଦୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲା ପୋଲିସ । ଏବେ ଯାଏଁ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ମୃତାହତର ସୂଚନା ମିଳିଛି । ସେପଟେ ଜଙ୍ଗଲରେ ଗୁଳିବିନିମୟ ଦେଖି ନିକଟସ୍ଥ ଗାଁମାନଙ୍କରେ ଭୟର ବାତାବାରଣ ସୃଷ୍ଟି ହୋଇଯାଇଛି । 

Post a Comment

Previous Post Next Post