ବାଲେଶ୍ବର,(ପ୍ରଭାକର ମଲ୍ଲିକ)ବେଆଇନ ବାଲି ଉତୋଳନ କରିବା ମହଙ୍ଗା ପଡିଲା।ବେଆଇନ ବାଲି ଉତ୍ତୋଳନ କରିବା ଅଭିଯୋଗରେ ୬ ଟି ବାଲି ଖାଦାନରେ ଆଜି ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ସୁଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ଏବଂ ଜଳକା ନଦୀରେ ରହିଥିବା ବାଲି ସୈରାତରେ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରି ଦିନ ରାତି ଜେସିବି ଲଗାଇ ବାଲି ଉତ୍ତୋଳନ କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ଉପଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବସ୍ତା ତହସିଲଦାର କାର୍ତ୍ତିକ କୁମାର ଦାସ ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ସଦଳେ ବଲେ ପହଞ୍ଚି ସୁବର୍ଣ୍ଣରେଖାନଦୀର। ଆମ୍ବକୁଡୁଚି,ଦେଭୋଗ,କାଦରାୟାଁ,ଧିତିପୁରା ଓ ବେଣାପୁରା ବାଲି ସୈରାତ ସମେତ ଜଳକା ନଦୀର ମେଳକ ବାଲି ସୈରାତରେ ନାଲି ପତାକ ପୁତି ବା ସହିତ ଉକ୍ତ ବାଲିଖାଦାନ ଗୁଡ଼ିକ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ବୋଲି ଘୋଷଣା କରିଥିଲେ ।
ବାଲି ଖାଦାନରେ ୧୪୪ ଧାରା ଜାରି
ଆଜତକ ଓଡ଼ିଶା
0
Post a Comment