ଅଳିଆ ଗଦାରୁ ନିଆଁ ଲାଗି ବାଉଁଶ ଓ ଅମ୍ବାଗଛ ପୋଡି ନଷ୍ଟ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ଅନ୍ତର୍ଗତ ପଲସାପାଟ ଗ୍ରାମରେ ଅଳିଆଗଦା ରୁ ନିଆଁ ଲାଗି ବାଉଁଶ ଓ ଆମ୍ବ ଗଛପୋଡ଼ିଯାଇଛ!ସୂଚନା ମତେ ଗ୍ରାମର ବିଭୁତି ଭୂଷଣ ଗିରି (୩୮)ସରକାରୀ ସହାୟତାରେ ନିଜ ୨ଏକର ଜମିରେ ଗତ ୩ବର୍ଷ ପୂର୍ବରୁ ଆମ୍ବ ଗଛ ବାଉଁଶ ଗଛ ଲଗାଇଥିଲେ!ଗତକାଲି ଅପରାହ୍ନ ରେ ପାଖରେ ଥିବା ଏକ ଅଳିଆ ଗଦାରେ ନିଆଁ ଲାଗିଥିଲା!ସେହି ନିଆଁ କୌଣସି କାରଣବଶତଃ ବାଉଁଶ ବୁଦାରେ ଲାଗିଯାଇଥିଲା!ଫଳରେ ପ୍ରାୟ ୩୦୦ବାଉଁଶ ଗଛ ଓ ୨୦ଟି ଆମ୍ବ ଗଛ ପୋଡି ନଷ୍ଟ ହୋଇଯାଇଥିଲା!ଖବରପାଇ ଚାରିଛକ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ କରିଥିବାର ସୂଚନା ମିଳିଛି।

Post a Comment

Previous Post Next Post