କଳାହାଣ୍ଡି,(ଆଜତକ୍ ଓଡ଼ିଶା) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ତଥା ଉଚ୍ଛୁଳା ଗ୍ରାମ ପଞ୍ଚାୟତ ରେ ନିର୍ବାଚିତ ନୂତନ ସରପଞ୍ଚ ଓ ନାଏକ ସରପଞ୍ଚ ଶୁକ୍ରବାର ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ ସରପଞ୍ଚ ଗ୍ରାମର ସୁବର୍ଣ୍ଣୀ ନାଏକ ଓ ନାଏକ ସରପଞ୍ଚ ଗିତାଞ୍ଜଳୀ ନାଗ ଆଜି ନିଜ ସମର୍ଥକ ପଞ୍ଚାୟତର ବରିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ଅବସରରେ ପୂର୍ବତନ ସରପଞ୍ଚ କମଳ ଚରଣ ରାଉତ ଓ ସମାଜ ସେବୀ ହିମାଂଶୁ ନାଏକ ଉପସ୍ଥିତ ରହି ନୂତନ ସରପଞ୍ଚ ଓ ନାଏକ ସରପଞ୍ଚ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ , ସମସ୍ତ ୱାର୍ଡମେମ୍ବର, ବୁଦ୍ଧିଜିବୀ ଯୁବ ଗୋଷ୍ଠୀ ଏବଂ ଅନ୍ୟନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ପଞ୍ଚାୟତ ରେ ପାଣି ଠାରୁ ଆରମ୍ଭ କରି ରାସ୍ତା ଘାଟ ଡ୍ରେନ୍ ସମସ୍ୟା, ବିଜୁଳି କୃଷି ବାର୍ଦ୍ଧକ୍ୟ ଭତ୍ତା ଆବାସ ଯୋଜନା ଘର ଲୋକଙ୍କୁ ଯୋଗାଇ ଦେବା ମୋର ପ୍ରାଥମିକତା ରହିବ ଲୋକମାନେ ଯେଉ ଭରସା ରେ ମୋତେ ସରପଞ୍ଚ ଭାବେ ଆଜି ଏହି ଗୁରୁଦାୟିତ୍ବ ଦେଇଛନ୍ତି ସେମାନଙ୍କ ସେହି ଭରସା ପୂର୍ଣ୍ଣ କରିବି ବୋଲି ନୂତନ ସରପଞ୍ଚ ସୁବର୍ଣ୍ଣୀ ନାଏକ ଓ ନାଏକ ସରପଞ୍ଚ ବିତାଞ୍ଜଳୀ ନାଗ କହିଛନ୍ତି ।
ଉଚ୍ଛୁଳା ଗ୍ରାମ ପଞ୍ଚାୟତ ନୂତନ ସରପଞ୍ଚଙ୍କ ଓ ନାଏକ ସରପଞ୍ଚ ଦାୟିତ୍ଵ ଗ୍ରହଣ
ଆଜତକ ଓଡ଼ିଶା
1
Tags
ଖବର ଉପରେ ନଜର
Thanks sir
ReplyDeletePost a Comment