କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ମାରୱାଡ଼ି ଯୁବା ମଂଚ ବିକାଶ ଶାଖା କଣ୍ଟାବାଞ୍ଜି ତରଫରୁ ଅଲ ଓଡ଼ିଶା ଚେସ ଆସୋସିଏସନ ଏବଂ ବଲାଙ୍ଗୀର ଜିଲ୍ଲା ଚେସ ଆସୋସିଏସନ ସହଯୋଗ ରେ ଚଳିତ ମାସ ୨୫,୨୬,୨୭ ତାରିଖରେ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜି ରେ ଅଲ ଓଡ଼ିଶା ଚେସ ପ୍ରତିଯୋଗିତା ଆୟୋଜନ ହେବା କୁ ଯାଉଛି ଏହାକୁ ଦୃଷ୍ଟି ରେ ରଖି ଏବଂ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଚେସ ଆସୋସିଏସନ ଏକ ପ୍ରତିନିଧି ମଣ୍ଡଳ କଣ୍ଟାବାଞ୍ଜି ଆସିଥିଲେ ଏବଂ ଆୟୋଜକ ଶାଖା ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କର୍ମକର୍ତ୍ତା ସହ ଆଲୋଚନା କରିଥିଲେ ଏବଂ ପ୍ରତିଯୋଗୀ ମାନଙ୍କ ରହିବା, ଖାଇବା, ଏବଂ କାର୍ଯ୍ୟକ୍ରମ ସ୍ଥଳ ପରିଦର୍ଶନ କରିଥିଲେ, କଣ୍ଟାବାଞ୍ଜି ହେବା କୁ ଥିବା ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଆୟୋଜନ ପାଇଁ ଆୟୋଜକ ସଂସ୍ଥା ର ପ୍ରଶଂସା କରିଥିଲେ, ପ୍ରଦର୍ଶନ ରେ ଆସିଥିବା ଏହି ପ୍ରତିନିଧି ମଣ୍ଡଳ ରେ ଜିଲ୍ଲା ଚେସ ଆସୋସିଏସନ ବଲାଙ୍ଗୀର ର ସମ୍ପାଦକ ପ୍ରିୟଦତ୍ତ ପଣ୍ଡା, ଯୁଗ୍ମ ସମ୍ପାଦକ ସରୋଜ କାନ୍ତ ବେହେରା, ଉପସଭାପତି ଦେବେନ୍ଦ୍ର ଯୋଶୀ,ଏଫଆଇଡ଼ିଇ ଆର୍ବିଟର ସନ୍ତୋଷ ମହାପାତ୍ର, ଜିଲ୍ଲା ଚେସ ଆସୋସିଏସନ ସମ୍ବଲପୁର ର ସମ୍ପାଦକ ବିଦୁଭୁଷଣ ମିଶ୍ର, ଯୁଗ୍ମ ସମ୍ପାଦକ ମନୋଜ ଦାସ,ପ୍ରମୁଖ ଉପସ୍ଥିତ ଥିବା ବେଳେ କଣ୍ଟାବାଞ୍ଜି ଚେସ ସଂଗଠକ ସତୀଶ ମାରୁ, ବିକାଶ ଶାଖା ସଭାପତି ଅର୍ପଣ ଜୈନ, ସଂଯୋଜକ ମନୀଷ ଜୈନ, ଅରିହନ୍ତ ଜୈନ, କମଳ ଅଗ୍ରୱାଲ, କେଶବ ଅଗ୍ରୱାଲ,ଅମନ ଅଗ୍ରୱାଲ,
ମିଡ଼ିଆ ମେନେଜର ଆଶିଷ ଖେତାନ ପ୍ରମୁଖ ଉପସ୍ଥିତ ଥିଲେ,
Post a Comment