ଅଭିଯୁକ୍ତ ଗିରଫ ଦାବିରେ ଆଜି ବୌଦ୍ଧ ଜିଲ୍ଲା ତିନୋଟି ବ୍ଲକ ରେ କଳମଛାଡ଼ ଆନ୍ଦୋଳନ
ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଗତକାଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସ୍ମୂତିରଞ୍ଜନ୍ ସେଠୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ସୂଚନା ଅନୁସାରେ ଶ୍ରୀ ସେଠୀ ନିଜ ବାସଭବନରେ ଥିବା ବେଳେ ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶାନ୍ତନୁ ଥାଟି ଓ କିଛି ଦୁର୍ବୃତ୍ତ ସହ ଆସି ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତ ମାନେ ମୁଣ୍ଡରେ ବନ୍ଧୁକ ରଖି ଜୀବନରେ ମାରି ଦେବାକୁ ଧମକ ଦେଇଥିବା କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆଜି ବୈାଦ୍ଧ ଜିଲ୍ଲା ର କଣ୍ଟାମାଳ, ବୌଦ୍ଧଓ଼ ହରଭଙ୍ଗା ବ୍ଲକ ରେ କାର୍ଯ୍ୟରତ କର୍ମଚାରୀମାନେ ବ୍ଲକ ସମ୍ମୁଖରେ ଗଣଧାରଣା ଦେଇ କଳମ ଛାଡ଼ ଆନ୍ଦୋଳନ କରି ଥିଲେ ।ଯେ ପର୍ଯ୍ୟନ୍ତ ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଶାନ୍ତାନୁ ଥାଟି ଙ୍କୁ ଗିରଫ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ବ୍ଲକ ର କୌଣସି କାର୍ଯ୍ୟ ରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି। କିନ୍ତୁ ଶ୍ରୀଯୁକ୍ତ ଥାଟି ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ
Post a Comment