ପୋଲ ନିର୍ମାଣ ପାଇଁ ଜିଲ୍ଲା ପାଳଙ୍କ ପ୍ରତିଶୃତି


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ଦେଇ ଯାଉଥିବା ଖୋର୍ଦ୍ଧା -ବଲାଙ୍ଗୀର ରେଳ ପଥ ଉପରେ ଗତ କାଲି ଅଭିଯୋଗ ହୋଇଥିବା ଘଟଣା ଟି ଜିଲ୍ଲା ପାଳ ଙ୍କୁ ଅଭିଯୋଗ ଓ଼ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଲା ପରେ ଆଜି ବୌଦ୍ଧ ଜିଲ୍ଲା ପାଳ କ୍ଷେତ୍ର ପରିଦର୍ଶନ ରେ ଆସିଥିବାର ସୂଚନା ମିଳିଛି!ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ବିରାମଚନ୍ଦ୍ର ପୁର ଗ୍ରାମର ୫୦ଏକର ଜଳାଶୟ (ବଡ ବନ୍ଧ )ଉପରେ ଖୋର୍ଦ୍ଧା -ବଲାଙ୍ଗୀର ରେଳ ଧାରଣା ଯାଉଥିବାରୁ ଜଳାଶୟ କୁ ପୋତି ରେଳ ଧାରଣା ନିର୍ମାଣ କରାଯିବା ଗ୍ରାମବାସୀ ବିଶେଷ ସୂତ୍ରରୁ ଜାଣିପାରିବାରୁ ବୌଦ୍ଧ ଜିଲ୍ଲା ପାଳ ଙ୍କ ଜଳାଶୟ ଉପରେ ପୋଲ ନିର୍ମାଣ କରି ରେଳ ଧାରଣା ଦିଆଯିବା ପାଇଁ ଲିଖିତ ଅଭିଯୋଗ କରିଥିଲେ!ଏହାକୁ ନେଇ ଆଜି ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର ଓ଼  ରେଲୱେ  ର ଡେପୁଟି ଚିପ ଇଞ୍ଜିନିଅର ଆର କେ ମହାନ୍ତି କ୍ଷେତ୍ର ପରିଦର୍ଶନ କରି ପୋଲ ନିର୍ମାଣ ହେବ ବୋଲି ଗ୍ରାମବାସୀ ଙ୍କୁ ପ୍ରତିଶୃତି ଦେଇଛନ୍ତି!

Post a Comment

Previous Post Next Post