ଗୋବିନ୍ଦପୁର ରେ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ


ସୋନପୁର,(ଆଜତକ୍ ଓଡ଼ିଶା) ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଗୋବିନ୍ଦପୁର ଠାରେ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ଓ ଗୋବିନ୍ଦପୁର ଗ୍ରାମର ସତ୍ୟସେବକ ଯୁବ କ୍ଲବ୍ ର ମିଳିତ କ୍ରିୟାନୁଷ୍ଠାନ ରେ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଯୁବ ସମାଜ ସେବୀ ଶରତ୍ ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ ସ୍ଵେଚ୍ଛାସେବୀ ସୁଦର୍ଶନ ଭରାସାଗର ଓ ମନୋରଞ୍ଜନ ଜଗଦଲା , ଭାରତୀୟ ଗୋଷ୍ଠୀ ଆରକ୍ଷୀ ବାହିନୀ କମାଣ୍ଡର ସୁବର୍ଣ୍ଣପୁର ର କୃପାସିନ୍ଧୁ ପଧାନ , ପ୍ରତିଷ୍ଠାତା ସଭାପତି ସତ୍ୟସେବକ୍ ଯୁବ କ୍ଲବ୍ ର ପୁରାତନ ସଭାପତି ସୁରେନ୍ଦ୍ର ପୁରୋହିତ, ୱାର୍ଡ ସଭ୍ୟ ଗୋବିନ୍ଦପୁର ର ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବନ୍ୟପ୍ରାଣୀ କିପରି ଆମ ମଣିଷ ସମାଜର କଲ୍ୟାଣ ରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସାହାଯ୍ୟକାରି ଓ ମଣିଷ ସମାଜର ଉନ୍ନତି ପଥରେ କିଭଳି ସହାୟକ ଓ ଆମ ବିଚାର ବିମର୍ଷଶିଲ ମଣିଷ ସମାଜ କିଭଳି ଏମାନଙ୍କର ପ୍ରତି ନୃସଂଶତା କରି


 ଏମାନଙ୍କୁ କ୍ଷତି ପହଞ୍ଚାଇ ଥାଏ ଆଉ ଏହି ପରି ନ ହୋଇ କିଭଳି ଏମାନଙ୍କ ସହ ସୁସମ୍ପର୍କ ରକ୍ଷା ସହିତ ଏମାନଙ୍କର ଶାନ୍ତିପ୍ରୀୟ ଜୀବନ ଶୈଳୀରେ କାହା ଠାରୁ ମଧ୍ୟ ଯେପରି କ୍ଷତି ନ ପହଞ୍ଚେ ସେ ବିଷୟରେ ବିଶଦ ଆଲୋଚନା କରା ଯାଇଥିଲା ।ସଭା ପରିଚାଳନାରେ ଯୁକ୍ତ ତିନି କଲେଜର କିରାଣୀ ବିଭୂତି ଭୂଷଣ କୁଦେଇ ଓ ସହଯୋଗରେ ଆଶିଷ ସାହୁ, ସଚ୍ଚିଦାନନ୍ଦ ସାହୁ, ସରୋଜ, ବସନ୍ତ, ମିଲୁ, ବାମଦେବ, ଭିଷ୍ମରଥି ଆଦି ସମସ୍ତେ ସାମିଲ୍ ଥିଲେ । ପରିଶେଷରେ ହୃଷୀକେଶ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇଥିଲା ।

1 Comments

  1. Bally's online casino: NJ, PA, IN, IA, MS, NV
    Bally's online casino NJ & PA is live and 계룡 출장안마 ready 화성 출장마사지 for 부산광역 출장마사지 a revolution with the fast-paced 원주 출장샵 betting experience, the excitement of 경주 출장마사지 live dealer games,

    ReplyDelete

Post a Comment

Previous Post Next Post