ବୌଦ୍ଧ,(ହୃଦାନନ୍ଦ ମେହେର)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଚଂଚକତା କରି ଜାତିଗତ ପ୍ରମାଣ ପତ୍ର ଦାଖଲ କରି ବିଜୟୀ ହୋଇଥିବା ଅଭିଯୋଗ ହୋଇଛି।ଏହାରି ବିରୋଧରେ ପରାଜିତ ସରପଞ୍ଚ ପାର୍ଥିନୀ ଝୁନୁ ନାଗଙ୍କ ସ୍ୱାମୀ ଦେଵସ୍ଵାମୀ ନାଗ ଅଭିଯୋଗ କରିଛନ୍ତି।ନବନିର୍ବାଚିତ ସରପଞ୍ଚ ହେଲେ ନୁର୍ପା ଗ୍ରାମର ରଂଜୁ ବେହେରା।ସେ ଜାତିରେ ସିମିଳି କେଉଟ। ଉକ୍ତ ଜାତି ଓବିସିରେ ଅନ୍ତର୍ଭୁକ୍ତ ଥିବାବେଳେ ତଥା ସେହି ଜାତି ଅନୁସୂଚିତ ଜାତିରେ ଥିବାର କୌଣସି ସରକାରୀ ତାଲିକାରେ ଉଲ୍ଲେଖ ନାହିଁ ବୋଲି ଅଭିଯୋଗ କରିଛନ୍ତି ପରାଜିତ ସରପଞ୍ଚ।ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ମନମୁଣ୍ଡା ସରପଞ୍ଚ ପଦବୀ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା।ରଂଜୁ ବେହେରା ମନମୁଣ୍ଡା ଆର ଆଇ ଙ୍କ ଠାରୁ ରିପୋର୍ଟ ପ୍ରସ୍ତୁତ କରି ତହସିଲ ଅଫିସରୁ ଅନୁସୂଚିତ ଜାତି ପ୍ରମାଣ ପତ୍ର ଆଣି ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ।
ଏହା ଜାଣିବା ପରେ ପରାଜିତ ପାର୍ଥି ଝୁନୁ ନାଗଙ୍କ ସ୍ୱାମୀ ଦେଵସ୍ଵାମୀ ନାଗ କଣ୍ଟାମାଳ ତହସିଲଦାର ଠାରେ ଅଭିଯୋଗ କରିଥିଲେ। ଆଜି ଝୁନୁ ନାଗଙ୍କ ସହିତ ଶତାଧିକ ଅନୁସୂଚିତ ମହିଳା ଓ ପୁରୁଷ ୫୭ନଂ ଜାତୀୟ ରାଜପଥ ମନମୁଣ୍ଡା ଗାନ୍ଧୀ ଛକ ଠାରୁ ବିକ୍ଷୋଭ ରେ ବାହାରି ଆରଆଇ ଅଫିସ ପର୍ଯ୍ୟନ୍ତ ଏକ ବିଶାଳ ରାଲି ବାହାରି ମନମୁଣ୍ଡା ଆରଆଇ ଅଫିସ ଘେରାଉ କରିଥିଲେ। କିନ୍ତୁ ପରିତାପର ବିଷୟ ସମ୍ପୂର୍ଣ୍ଣ ରୂପେ ଆର୍ ଆଇ ଅଫିସ ବନ୍ଦ କରି ବାବୁ ମାନେ ସମସ୍ତେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ତହସିଲଦାର ପହଞ୍ଚିଲା ପରେ ଅଫିସ ଖୋଲା ଯାଇଥିଲା ।ଏ ସଂକ୍ରାନ୍ତରେ ଆମେ କଣ୍ଟାମାଳ ତହସିଲଦାର ଶ୍ରୀମତୀ ରିନା ପ୍ରଧାନ ଙ୍କ ପ୍ରତିକ୍ରିୟା ନେବାରୁ ସେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।ଏଠାରେ ନିଜ ଇଚ୍ଛାରେ ଚାଲେ ଆର୍ ଆଇ ଅଫିସ ଓ ଆର୍ ଆଇ ମହୋଦୟଙ୍କୁ ଆମେ ଯୋଗା ଯୋଗ କରିବାରୁ ସେ ଆମ୍ଭର ଫୋନ୍ ରିଶିବ କରି ନଥିଲେ। ସବୁ ବେଳେ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ପ୍ରଶାସନ। ତଳ ମହଲରୁ ଉପର ମହଲ ପର୍ଯ୍ୟନ୍ତ ବାବୁ ମାନେ ମନମୁଣ୍ଡା କୁ ଯିଏ ବି ଆସନ୍ତି ସରକାରୀ ବାବୁ ଆଉ ଯିବାକୁ ମନ ବଳାନ୍ତି ନାହିଁ। ସତେ ଯେମିତି ଭାତ ହାଣ୍ଡି ପାଲଟି ଯାଏ ମନମୁଣ୍ଡା ର ସମସ୍ତ ସରକାରୀ ଅଫିସ।
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment