ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ର ସଦର ଡାକ୍ତରଖାନା ରେ ଚାକିରୀ ଆରମ୍ଭ ରୁ ଶେଷ ଯାଏ କମ୍ପାଉଣ୍ଡର ରେଡ଼ିଓଲୋଜିଷ୍ଟ ଭାବେ ଖୁବ ନିଷ୍ଠା ଓ ଶୃଙ୍ଖଳା ର କାର୍ଯ୍ୟ କରି ଆସିଥିବା ଶ୍ରୀ ରବୀନ୍ଦ୍ର ବେହେରା ୭୮ ଙ୍କ ଗତ ବୁଧବାର ଦିନ କଟକ ବଡ଼ ଡାକ୍ତରଖାନା ରେ ପରଲୋକ ହୋଇଯାଇଚଵି ା ଏହି ଦୁଃଖଦ ଖବର ଶୁଣି ସୋନପୁର ସହର ରେ ଶୋକ ର ଛାୟା ଖେଳିଯାଇଛି । ଶ୍ରୀ ବେହେରା ଏ ଅଂଚଳ ରେ ଜଣେ ପ୍ରତିଷ୍ଠିତ ତବଲା ବାଦକ, ଫୁଟବଲ ଖେଳାଳୀ, ଘରୋଇ ଡାକ୍ତର ଭାବେ ଖୁବ ପରିଚିତ ଥିବାରୁ ଆଜି ଏ ଦୁଃଖଦ ଖବର ସୋନପୁର ସହାବାସୀ ଙ୍କୁ ମର୍ମାହତ କରିଛି । ଯେତେବେଳେ ସୋନପୁର ଡାକ୍ତରଖାନା ରେ ଜଣେ ଦୁଇଜଣ ଡାକ୍ତର ଥିଲେ କମ୍ପାଉଣ୍ଡର ଶ୍ରୀ ବେହେରା ସାଇକଲ ରେ ସକାଳୁ ରାତି ୧୨ ଟା ଯାଏ ଗୋଟେ ଟର୍ଚ ଲାଇଟ ଧରି ସହର ରେ ପ୍ରତି ଟି ଗଳି କନ୍ଦି ଘରେ ଘରେ ଇଞ୍ଜେକେସନ, ଡ୍ରେସିଂ କରିବା ସହ ଅନବରତ ଭାବେ ଚିକିତ୍ସା ସେବା ଦେଇ ଆସିଛନ୍ତି । ବେହେରା ବାବୁ ଘରେ ପହଂଚି ଗଲେ ତାଙ୍କ ହସ ହସ ମୁହଁ କୁ ଦେଖିଲେ ରୋଗୀ ଙ୍କ ଅଧା ରୋଗ ଭଲ ହୋଇଯାଏ । ରାସ୍ତା ଘରେ ଘାଟ ରେ ବି ଅଟକି ଯାଇ ଲୋକଙ୍କୁ ଔଷଧ ଲେଖି ଦିଅନ୍ତି ତାହା ପୁଣି ଅତି କମ ଟଙ୍କା ର ଔଷଧ, ସେଥିରେ ରୋଗୀ ର ରୋଗ ଭଲ ହୋଇଯାଏ । କାହାରିକୁ ବି କେବେ ତାଙ୍କର ଊଚ୍ଚ ନୀଚ ର ବିଚାର ନ ଥିଲା କି ଫିଜ ର ଡିମାଣ୍ଡ ନ ଥିଲା । ନିଜର କର୍ତ୍ତବ୍ୟ ସାଙ୍ଗେ ସାଙ୍ଗେ ସେ ସଂଗୀତ, ବାଦ୍ୟ ସାଧନା ରେ ମଧ୍ୟ ନିବୃତ ଥିଲେ । ଭଲ ଫୁଟବଲ ଖେଳାଳୀ ଭାବେ ମଧ୍ୟ ସେ ପରିଚିତ ଥିଲେ । ତାଙ୍କ ସଚ୍ଚୋଟ ପଣିଆ, ନିଷ୍ଠାପର, ନିସ୍ଵାର୍ଥପର, ଉତ୍ସର୍ଗୀକୃତ ସେବା ଓ ଅମାୟିକ ବ୍ୟବହାର ଆଗାମୀ ଯୁବ ପିଢୀ ତଥା ଯୁବ କଳାକାର ଓ ଡାକ୍ତର ମାନଙ୍କୁ ମଧ୍ୟ ପ୍ରେରଣା ଦେବ ନିଶ୍ଚିତ । ଶିବରାତ୍ରି ଉସ୍ସବ ହେଉ, ବିଭିନ୍ନ ସାହି ର ନାଟକ ଅପେରା ହେଉ କିମ୍ବା କୌଣସି ସ୍କୁଲ କଲେଜ ଉତ୍ସବ ହେଉ ସବୁଠି ଆଗେ ଖୋଜା ପଡନ୍ତି ପ୍ରସିଦ୍ଧ ତବଲା ବାଦକ ଶ୍ରୀ ରବୀନ୍ଦ୍ର ବେହେରା । ଘୋଡ଼ାଘାଟ ପଡା ର ରାମଲୀଳା ନାଟକ ଓ ସ୍ଥାନୀୟ ମଝିପଡ଼ା ର ନାଟକ ଅନୁଷ୍ଠାନ ରେ ସାମିଲ ହୋଇ ଅନେକ ପ୍ରସିଦ୍ଧ ନାଟକ ପରିବେଷଣ କରିଛନ୍ତ। ସହର ତଥା ଜ଼ିଲ୍ଲା ର ବିଭିନ୍ନ ଯାନୀ ଯାତ୍ରା ରେ ମ୍ୟୁଜିକ ଡାଇରେକ୍ଟର ଶ୍ରୀ ବେହେରା ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି । ସ୍ବର୍ଗତ ବେହେରା ଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି ପାଈଁ ସହର ବାସୀ ଙ୍କ ସହିତ ଅନେକ ଅନୁଷ୍ଠାନ ରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି।
Post a Comment