ହରଭଙ୍ଗା ବ୍ଲକ ରେ କାଳୀପୂଜା ଅନୁଷ୍ଠିତ ।


ରିପୋର୍ଟର//ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା) ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନ ମାନଙ୍କରେ ମା ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ହରଭଙ୍ଗା , ଖଣ୍ଡହତା, ସାମ୍ପୋଚ, ଆଦି ଅଞ୍ଚଳରେ କାଳୀପୂଜା ଅନୁଷ୍ଠିତ ହୋଇଛି। ବିଭିନ୍ନ ପୂଜା ମଣ୍ଡପ ନିକଟରେ ହୋମ, ଅଷ୍ଟପ୍ରହର, ନାମ ଓ ସଂକିର୍ତ୍ତନ ଆଦି ଅନୁଷ୍ଠିତ ହୋଇଛି। କରୋନା କଟକଣା ର ସମସ୍ତ ନିୟମ ମାନି ଏହି ପୂଜା ହୋଇଛି। ମଣ୍ଡପ ଗୁଡ଼ିକ ରେ ବିନା ଲାଇଟ୍ ସାଉଣ୍ଡ କରୋନା କଟକଣାକୁ ଦେଖି ଏହା ପାଳିତ ହେଉଛି। ମଣ୍ତପ ଗୁଡ଼ିକରେ ଭକ୍ତ ମାନେ ଆସି 'ମା' କୁ ପୂଜା ଅର୍ଚ୍ଚନା କରୁଛନ୍ତି। ପୁଲିସ ପକ୍ଷରୁ ସମସ୍ତ ଅଞ୍ଚଳ ପ୍ରତି ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ପୂଜା କମିଟି ମାନଙ୍କୁ ପରାମର୍ଶ କରିଛନ୍ତି।



Post a Comment

Previous Post Next Post