କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ସମାଜସେବୀ ସଂଗଠନ ମାରୱାଡ଼ି ଯୁବା ମଂଚ ବିକାଶ ଶାଖା ତରଫରୁ ଉପକାରାଗାର କଣ୍ଟାବାଞ୍ଜି ରେ ଦୀପାବଳି ପର୍ବ ପାଳନ କରାଯାଇଛି,ଅଖିଳ ଭାରତୀୟ ମାରୱାଡ଼ି ଯୁବା ମଂଚ ତରଫରୁ ଦେଶ ର ୭୫୦ ଟି ଶାଖା ରେ "ଆନଂଦ ସବ କେ ଲିଏ" କାର୍ଯ୍ୟକ୍ରମ ହେଉଛି ଏହି କ୍ରମ ରେ ବିକାଶ ଶାଖା କଣ୍ଟାବାଞ୍ଜି ତରଫରୁ ଉପକାରାଗାର ଥିବା ଅନ୍ତେବାସୀ ସାଙ୍ଗ ରେ ଯୁବା ମଂଚ ର କର୍ମକର୍ତ୍ତା ଏବଂ କଣ୍ଟାବାଞ୍ଜି ଉପ କାରାଗାର ର ଜେଲର ଓ ସୁପ୍ରିଟେଣ୍ଡଣ ବିକାଶ ଲତା ବାରୁ, ମହୋଦୟା ଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ରେ ସମସ୍ତ ଅନ୍ତେବାସୀ ଙ୍କୁ ମିଠା, ବିସ୍କୁଟ, ସାହିତ୍ୟିକ ବହି, ଖେଳ ସାମଗ୍ରୀ ବଣ୍ଟନ କରାଗଲା, ଉକ୍ତ କାର୍ୟ୍ଯକ୍ରମ ରେ ବିକାଶ ଶାଖା ସଭାପତି ଅର୍ପଣ ଜୈନ, ରାଜ୍ୟ କାର୍ୟ୍ଯକାରିଣୀ ସଦସ୍ୟ ଆଶିଷ ଖେତାନ, ମନୀଷ ଜୈନ,ବରିଷ୍ଠ ସଦସ୍ୟ ଆନଂଦ ମୋଟେ, ପୂର୍ବ ସମ୍ପାଦକ ନିଖିଳ ଅଗ୍ରୱାଲ, ଏବଂ ସୁବ୍ରତ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ, ଦୀପପର୍ବ ରେ ଅନ୍ତେବାସୀ ଙ୍କ ସାଙ୍ଗ ରେ ପାଳନ କରିଥିବା ରୁ ସମସ୍ତ କର୍ମକର୍ତ୍ତା ଙ୍କୁ ଜେଲର ବିକାଶ ଲତା ବାରୁ ଧନ୍ୟବାଦ ଜଣାଇଥିଲେ,ସମସ୍ତ ଅନ୍ତେବାସୀ ମଧ୍ୟ ଖୁସି ହୋଇଥିଲେ।
ମାରୱାଡ଼ି ଯୁବା ମଂଚ ବିକାଶ ଶାଖା ତରଫରୁ ଉପକାରାଗର ରେ "ଆନନ୍ଦ ସବ କ ଲିଏ" କାର୍ଯ୍ୟକ୍ରମ
ଆଜତକ ଓଡ଼ିଶା
0
Post a Comment