ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ କମଲପୁର ମାହେଶ୍ୱରୀ ବିହାର ଠାରେ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଯାପିତ


ରିପୋର୍ଟର//ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା)ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଯାପିତ ହୋଇଯାଇଛି ।ଏହି ଅବସରରେ  ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ସଭାପତି ସମ୍ଭୁଗିରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ  ବିଧାୟକ ପ୍ରାଥୀ କହେଁଇ ଚରଣ ଡାଙ୍ଗ ଯୋଗ ଦେଇ ଉଦବୋଧନ ଦେଇ ଥିଲେ ଓ ଜାତିଗଙ୍ଗା ମାନଙ୍କ ଉନ୍ନତି ଓ ପ୍ରଗତି ହୋଇପାରିବ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ପାଦକ କୃତ୍ତିବାସ ପଲିଆ ବିବରଣୀ ପଠନ କରିଥିଲେ ,ସଂମାନିତ ଅତିଥି ଭାବେ ସାଧୁ ବାବା ଜଗଦାନନ୍ଦ ଦାସ ସୁଶାନ୍ତ ବାଘ,  ଉପଦେଷ୍ଟା ଅକ୍ରୁର କଳତା,ରମଣୀରଞ୍ଜନ ପ୍ରଧାନ ବିଶିକେସନ ପ୍ରଧାନ, ପ୍ରଭାତଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର କର୍ଣ୍ଣ, ବାଞ୍ଛାନିଧି ଗାଈଗୋରିଆ, ଚିତ୍ତରଞ୍ଜନ କର୍ଣ୍ଣ, ନିର୍ଗୁଣ ମହାକୁଡ଼, ପ୍ରମୋଦ ପ୍ରଧାନ, ସମ୍ବିତ ମହାକୁଡ଼,ପ୍ରଭଞ୍ଜନ କର୍ମୀ, ବବ୍ରୁବାହାନ କର୍ଣ୍ଣ ,ଗୋଆଧାରିତ କୃଷି, କୃଷକ ଓ ପଛୁଆବର୍ଗ ମାନଙ୍କ ଅଧିକାର ଉପରେ ଉପରେ ବକ୍ତବ୍ୟ ରଖିଥିଲେ । ଗୋସେବକ ସାଧୁ ମଧୁସୂଦନ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଆସନ୍ତା ଡିସେମ୍ବର ୨୦ ତାରିଖରେ ବରଗଡ଼ରେ ଡ଼ୁମାଳ ଦିବସ ପାଳନ ନିମନ୍ତେ ହରିଶଙ୍କର ବେହେରା ପ୍ରସ୍ତାବ ଦେଇଥିଲେ । ଅପରାହ୍ନରେ ବୃକ୍ଷ ରୋପଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ମାହେଶ୍ୱରୀ ସେବକ ଗପବନ୍ଧୁ ପ୍ରଧାନ,କୈଳାସ ଖେତୀ, ସୁଶାନ୍ତ ପ୍ରଧାନ,ପ୍ରଦୀପ ପ୍ରଧାନ ମାନଗୋବିନ୍ଦ ପ୍ରଧାନ,ସମ୍ୟରଞ୍ଜନ ମହାକୁଡ଼, ଧନଞ୍ଜୟ ମହାକୁର ପ୍ରକାଶ ପଲିଆ,ଦିଲ୍ଲୀପ କୁମାର କର୍ମୀ,  ସିକୁନ ପ୍ରଧାନ, ରିଲୁ ପ୍ରଧାନ,  ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଦେଶବନ୍ଧୁ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।


Post a Comment

Previous Post Next Post