ଦେବୋତ୍ତର ଜମି ଉପରେ ରାତାରାତି ହେଉଛି ଜବରଦଖଲ : ଆଦିବାସୀ ସଂଘ ପକ୍ଷରୁ ଆନ୍ଦୋଳନର ଚେତାବନୀ


କଣ୍ଟାବାଞ୍ଜି :(ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟ ଅଧୀନ ରେ ରହିଛି ଏକଡ଼ ଏକଡ଼ ଦେବୋତ୍ତର ଜମି  ଏବଂ ଏହି ଜମି କୁ ଜୀବିକା ନିର୍ବାହ ପାଇଁ  ଗ୍ରାମ ର ପୂଜକ ବା ଝାକର  ସରକାର ଆବଣ୍ଟନ କରିଥାନ୍ତି ଏବଂ ସେମାନଙ୍କ ନାଁ ରେ ଦଖଲ ବା ଜମି ପଟ୍ଟା ମଧ୍ୟ ରହିଥାଏ ହେଲେ ଉକ୍ତ ଜମି କୁ ବିକ୍ରି ବା ଅନ୍ୟ କୁ ହସ୍ତାନ୍ତରଣ କରିବେ ନାହିଁ ବା ଅନ୍ୟ କୋଣସି କାମ ରେ ଉପଯୋଗ କରିବେ ନାହିଁ କିନ୍ତୁ ବର୍ତ୍ତମାନ କଣ୍ଟାବାଞ୍ଜି ରେ ଥିବା ଉକ୍ତ ମୂଲ୍ୟବାନ ଜମି ଉପରେ ଜମି ମାଫିଆ ଙ୍କ ନଜର ରହିଛି ଏବଂ ଉକ୍ତ  ଦେବୋତ୍ତର ଜମି ଅଧିବାସୀ ଙ୍କୁ ଅଳ୍ପ ଟଙ୍କା ଦେଇ ଚୁକ୍ତିନାମା କରି କୁ ଏହି ମାଫିଆ ମାନେ ରାତାରାତି ବାଉଣ୍ଡି ବା ଘର ତିଆରି କରୁଥିବା ନଜିର ରହିଛି ଏ ସମ୍ପର୍କରେ ଉପଜିଲ୍ଲାପାଳ ଟିଟିଲାଗଡ଼ ଏବଂ ତହସିଲଦାର ଙ୍କ ନିକଟରେ ଜନସାଧାରଣ ଅଭିଯୋଗ କରିଥିଲେ ମଧ୍ୟ କାର୍ୟ୍ଯନୁଷ୍ଠାନ ଶୂନ୍ୟ ରହିଛି ଉକ୍ତ ଜମି ମାଫିଆ ମାନେ କଣ୍ଟାବାଞ୍ଜି ଖ ଖାତା ରେ ଥିବା ଜମି ଜାହାର ମୂଲ୍ୟ ସରକାରୀ ସ୍ତର ରେ ବେଞ୍ଚ ମାର୍କ ମୂଲ୍ୟ  ୫୦ଲକ୍ଷ୍ୟ ଟଙ୍କା ପ୍ରତି ଏକଡ଼  ରହିଛି ହେଲେ ଉକ୍ତ ଦେବୋତ୍ତର ଜମି  ୨ଲକ୍ଷ ରୁ ୩ ଲକ୍ଷ ଟଙ୍କା ରେ ପ୍ରତି ଏକଡ଼  ଚୁକ୍ତି ରେ ବେଆଇନ ହସ୍ତାନ୍ତରଣ  ହେଉଛି, କଣ୍ଟାବାଞ୍ଜି ତହସିଲଦାର ଙ୍କ ନିକଟରେ ଆଦିବାସୀ ସଂଘ ଏବଂ ବିଭିନ୍ନ ସଙ୍ଘଠନ ଅଭିଯୋଗ କରିଥିଲେ ମଧ୍ୟ କୋଣସି ପଦକ୍ଷେପ ନେଉନାହାନ୍ତି,

କଣ୍ଟାବାଞ୍ଜି ତହସିଲଦାର  ଅଶୋକ ମାଝୀ ଏବଂ କଣ୍ଟାବାଞ୍ଜି ରାଜସ୍ବ ନିରୀକ୍ଷକ ବନମାଳୀ ବାରିକ ଙ୍କ ଭୂମିକା ସନ୍ଦେହ ଘେର ରେ ରହିଛି ,ପରୋକ୍ଷ ରେ ଏହି ଦେବୋତ୍ତର ଜମି  ବେଆଇନ ବିକ୍ରି ରେ ଉଭୟ ଙ୍କୁ ମୋଟା ଅର୍ଥ କାରବାର କରିଥିବା ଜନସାଧାରଣ ରେ ଅଭିଯୋଗ ହେଉଛି

ମିଳିଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି  "ଖ" ଖାତା ରେ ପ୍ଲଟ ନମ୍ବର 500 ରେ ଥିବା ଦେବୋତ୍ତର ଜମି କୁ ରାତାରାତି ଜମି ମାଫିଆ ମାନେ ସିମେଣ୍ଟ ବାଉଣ୍ଡି ଦେଇଛନ୍ତି ହାରାହାରି ୧ ଏକଡ଼ ଏହି ଜମି ଉପରେ ବାଉଣ୍ଡି ଦିଆଯାଇଛି, ୱାର୍ଡ଼ ନମ୍ବର ୧୪ ରେ ଥିବା ସାଲସର ପାଇପ ଫାକ୍ଟ୍ରି  ପଛପଟ ରେ ଏହି ସିମେଣ୍ଟ ବାଉଣ୍ଡି ଦିଆଯାଇଛି,

ଅନୁସନ୍ଧାନ ଜଣାପଢୁଛି ଯେ ଉକ୍ତ ଦେବୋତ୍ତର ଜମି  ଦୁମେରଚୁଆ ଗାଁ ରେ ଥିବା ଝାକର ପରିବାର ଙ୍କ ଅଧୀନ ରହିଛି ତାଙ୍କ ପୂର୍ବପୁରୁଷ ଙ୍କ ନାଁ ରେ ଏହି ଜମି ରହିଛି ଏବଂ ବେଆଇନ ଭାବେ ସାଲସର ପାଇପ ଫାକ୍ଟ୍ରି ମାଲିକ ଙ୍କୁ ୧ ଏକଡ଼ ଜମି ୩ ଲକ୍ଷ ଟଙ୍କା ରେ ଚୁକ୍ତି ଆଧାର ରେ ବିକ୍ରି କରିଛନ୍ତି ଏବଂ ଉକ୍ତ ସିମେଣ୍ଟ ବାଉଣ୍ଡି କୁ ସାଲସର ପାଇପ ଫାକ୍ଟ୍ରି ର ସଂଚାଳକ ମାନେ ନିଜର ଉପଯୋଗ ପାଇଁ ରାତାରାତି ସିମେଣ୍ଟ ବାଉଣ୍ଡି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି ବେଆଇନ ଭାବେ ଏହି ଚୁକ୍ତି କରାଯାଇଛି

ଏ ସମ୍ପର୍କରେ କଣ୍ଟାବାଞ୍ଜି ଏନଏସି କାର୍ୟ୍ଯନିବାହି ଅଧିକାରୀ,ତହସିଲଦାର, ଉପଜିଲ୍ଲାପାଳ ନିକଟରେ ଅଭିଯୋଗ ହେଉଛି, ହେଲେ କେବଳ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ତଦନ୍ତ ନାଁ ରେ ସମୟ ଗଢ଼ାଉଛନ୍ତି, ଅନ୍ୟପକ୍ଷରେ କଣ୍ଟାବାଞ୍ଜି ଏନଏସି କ୍ଷେତ୍ରରେ ଯୋଜନା ପାଇଁ ଜମି ଅଭାବ ହେଉଥିବା ବେଳେ ,କଣ୍ଟାବାଞ୍ଜି ଏନଏସି କ୍ଷେତ୍ରରେ ଥିବା ଏକଡ଼ ଏକଡ଼ ଦେବୋତ୍ତର ଜମି ର ସଂରକ୍ଷଣ ପାଇଁ ଏନଏସି କତ୍ତୃପକ୍ଷ ଦୃଷ୍ଟି ଦେବା କୁ ଦାବି ହେଉଛି,

ଏ ସମ୍ପର୍କରେ ବେଆଇନ ଦେବୋତ୍ତର ଜମି ଜବରଦଖଲ ସମ୍ପର୍କରେ ତହସିଲଦାର ଅଶୋକ ମାଝୀ ଙ୍କୁ ପଚାରିବାରୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ଏ ସମ୍ପର୍କରେ ମୁଁ ଅବଗତ ହୋଇଛି ରାଜସ୍ବ ନିରୀକ୍ଷକ ଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଛି ତା ପରେ କିଛି କରି ହେବ,

ଏ ସମ୍ପର୍କରେ ରାଜସ୍ବ ନିରୀକ୍ଷକ ବନମାଳୀ ବାରିକ କୁ ପଚାରିବାରୁ ସେ କହିଛନ୍ତି ଯେ ହଁ ଅଭିଯୋଗ ଜାଣିଲୁ ମୁଁ ରିପୋର୍ଟ ଦେବୀ କିନ୍ତୁ ଯେଉଁ ମାନେ ଏହି ଦେବୋତ୍ତର ଜମି  କୁ ବିକ୍ରି କରୁଛନ୍ତି ଏହା ବେଆଇନ ଏହାକୁ ବିକ୍ରି କରିବା କଥା ନୁହେଁ, କିନ୍ତୁ ଦେବୋତ୍ତର ଜମି ଥିବା ଲୋକମାନେ ଅଭିଯୋଗ କରୁ ନାହାନ୍ତି କାହିଁକି କହିଲେଉଭୟ ଙ୍କୁ ପ୍ରତିକ୍ରିୟା ରେ ଜଣାପଢୁଛି ଯେ ଦେବୋତ୍ତର ଜମି ର ସୁରକ୍ଷା ପାଇଁ କୋୖଣସି ଆଗ୍ରହ ପ୍ରକାଶ କରୁ ନାହାନ୍ତି

ଏ ସମ୍ପର୍କରେ ଜିଲ୍ଲା ଆଦିବାସୀ ସଂଘଟକ ଓ ନେତା ସୁରେଶ ଭୋଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି, ଆଗାମୀ ଦିନରେ ଦେବୋତ୍ତର ଜମି ର ସୁରକ୍ଷା ତୀବ୍ର ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି,ଏ ସମ୍ପର୍କରେ ଆମ୍ବେଦକର ଯୁବକ ସଂଘ ବେହେରେନସିଲେଟ ର ସଭାପତି ରୋହନ ମହତ ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ଉପଜିଲ୍ଲାପାଳ ଟିଟିଲାଗଡ଼ ଙ୍କୁ ଦାବିପତ୍ର ଦେଇଛନ୍ତି ଏବଂ ଦେବୋତ୍ତର ଜମି ର ସୁରକ୍ଷା ଏବଂ ଜବରଦଖଲ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି,ଅନ୍ୟପକ୍ଷରେ ବିଭିନ୍ନ ଆଦିବାସୀ ସଂଘଠନ ଦେବୋତ୍ତର ଜମି,ଆଦିବାସୀ ଜମି ସୁରକ୍ଷା ପାଇଁ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି

Post a Comment

Previous Post Next Post