ବେସାହାରା ମିନି କଅଁରଙ୍କୁ ଉଦ୍ଧାର କଲା ସିନିୟର ସିଟିଜନ୍ ହୋମ ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ


ରିପୋର୍ଟର : ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା): ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ରୁଗୁଡିଘୁରା ଗ୍ରାମର ମିନି କଅଁର। ବୟସ ଆସି ପହଞ୍ଚିଲାଣି ଅନ୍ତିମରେ । ନିଜର ପୁଅ, ଝିଅ କେହି ନାହିଁ, କିଛି ବର୍ଷ ପୂର୍ବେ ନିଜର ସ୍ୱାମିକୁ ହରାଇ ସମ୍ପୂର୍ଣ୍ଣ ଏକା ହୋଇ ଯାଇଛନ୍ତି ମିନି ।

ସରକାରଙ୍କ ତରଫରୁ ରାସନ, ଭତ୍ତା ଟଙ୍କା ମଧ୍ୟ ମିଳୁଛି, ହେଲେ ସବୁ ମୂଲ୍ୟହିନ।  ରହିବ କେଉଁଠି, ରୋଷେଇ କରିବ ଖାଇବ କେମିତି ? ସରକାରଙ୍କ ତରଫରୁ ଯେଉଁ ଘର  ଖଣ୍ଡିଏ ମିଳିଥିଲା, ତାହା ଅସମ୍ପୂର୍ଣ୍ଣ ହୋଇ ଭାଙ୍ଗିବା ଅବସ୍ଥା ରେ ରହିଛି । ମାଗି ଯାଚି, ଯିଏ ଯାହା ଦେଲେ ଖାଉଥିଲା, ନ ହେଲେ ଭୋକ ଉପାସରେ କାହା ଦାଣ୍ଡ ପିଣ୍ଢା ତ ରାସ୍ତା କଡରେ  ଶିତ ରାତି ରେ ଶୋଇ ପଡୁଥିଲା । ଏହି ଅସହାୟ ମିନି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଥିଲା। ଜିଲ୍ଲା ପ୍ରଶାସନ ସହୟତାରେ ଆଜି ରୁଗୁଡିଘୁରା ଗ୍ରାମବାସୀଙ୍କ ଉପସ୍ଥିତିରେ ସିନିୟର ସିଟିଜନ୍ ହୋମ ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ, ବୌଦ୍ଧ ଉଦ୍ଧାର କଲା । ରୁଗୁଡିଘୁରା ଗ୍ରାମବାସୀ ସିନିୟର ସିଟିଜନ୍ ହୋମ ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ, ବୌଦ୍ଧଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post