ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ମିଶନ ଶକ୍ତି ସଦସ୍ୟା ଙ୍କୁ ପ୍ରଶିକ୍ଷଣ ପ୍ରଦାନ


ବୌଦ୍ଧ,(ଆଜତକ୍ ଓଡ଼ିଶା) ମିଶନ ଶକ୍ତି ବୌଦ୍ଧ ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ବୌଦ୍ଧ ର ମିଳିତ ସହଯୋଗ ରେ ବୌଦ୍ଧ ଜିଲ୍ଲା ର 3 ଟି ବ୍ଲକ ସ୍ତରୀୟ ସଂଘ ର ମହିଳା ସଦସ୍ୟା ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ବିଶେଷ ପ୍ରଶିକ୍ଷିକା ଭାବରେ ତାଲିମ ପ୍ରଦାନ କରା ଯାଇଛି. ଏହି ତାଲିମ ପରେ ସଙ୍ଘ ସଦସ୍ୟା ମାନେ ପଞ୍ଚାୟତ ସ୍ତରୀୟ ଓ ଗ୍ରାମୀଣ ସ୍ତରୀୟ ଏସଏଚଜି ମାନଙ୍କ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ସର୍ବସାଧାରଣ ରେ ସଚେତନତା ସୃଷ୍ଟି କରିବେ. ଏହି ତାଲିମ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା: ଅଜୟ କୁ ଦାଶ ଅଧ୍ୟକ୍ଷତା କରିଥିଲେ. ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ର ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଓ ଡିପିଏମ ଶ୍ରୀ ରୂପକ ମହାପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ. DPHO ଡା: ପ୍ରଦୋଷ କୁମାର ମହାପାତ୍ର, DSWO  ଶ୍ରୀ ଲକ୍ଷପତି ଭୋଇ ଉପସ୍ଥିତ ହୋଇ ମାର୍ଗ ଦର୍ଶନ କରିଥିଲେ. ମିଶନ ଶକ୍ତି ର ଡିପିସି ଦେବଦତ୍ତ ମିଶ୍ର ତଥା ବ୍ଲକ ସ୍ତରୀୟ କର୍ମକର୍ତ୍ତା ଏହି ପ୍ରଶିକ୍ଷଣ ଶିବିର ର ପରିଚାଳନା କରିଥିଲେ।

Post a Comment

Previous Post Next Post