ବ୍ଳକସ୍ତରୀୟ ଦିବ୍ୟାଙ୍ଗମାନଙ୍କ ଚିହ୍ନଟ ଶିବିର


 କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ସର୍ବଶିକ୍ଷା ଅଭିଯାନ ବଲାଙ୍ଗୀରଙ୍କ ମିଳିତ ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ଵାରା ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ନିମନ୍ତେ ବ୍ଳକ ସ୍ତରୀୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।


ଏହି ଅବସରରେ  ଶ୍ରୀ ସୁରେନ୍ଦ୍ର କୁମାର ପୁରୋହିତ,ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଡାକ୍ତର ସୁରେନ୍ଦ୍ର ଭୋଇ ମୁଖ୍ୟ ଅତିଥି, ଡାକ୍ତର ଅର୍କେଶ ପଟ୍ଟନାୟକ, ଡାକ୍ତର ଅମିତ ମିଶ୍ର,ଶ୍ରୀ ଫକୀର ଚରଣ ବିଶି,ବିଆରସି,ଶ୍ରୀ ରାମପ୍ରସାଦ ମହାଲିଙ୍ଗ,ପ୍ରତିନିଧି ସର୍ବ ଶିକ୍ଷା ଅଭିଯାନ,ଶ୍ରୀ ବିଜୟ କୁମାର ପାଣିଗ୍ରାହୀ, ବଡବାବୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।ବିଆରପି ସୁନିଲ କୁମାର ସାହୁ ସ୍ୱ।ଗତ ଅଭିଭାଷଣ ଓ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ମଞ୍ଚ ପରିଚାଳନା କରିଥିଲେ।ଦିବ୍ୟାଙ୍ଗ ମାନଙ୍କୁ ଏହା ସହାୟତା ନୁହେଁ ବରଂ ଏହା ତାଙ୍କର ଅଧିକାର ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ।ଏହି ଶିବିରରେ ୧୦୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୂ ପରୀକ୍ଷା କରାଯାଇଥିଲା।

ଯେଉଁମାନେ ସହାୟକ ଉପକରଣ ପାଇବା ଯୋଗ୍ୟ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି ଯାହାକି ପରବର୍ତ୍ତୀ ସମୟରେ ଉପକରଣ ବଣ୍ଟନ କରାଯିବ।ପରିଶେଷରେ ବି ଆର ପି ଜ୍ୟୌତି ବିକାଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଶିବିରଟିକୁ ସଫଳ କରିବାରେ ଶିକ୍ଷୟିତ୍ରୀ ଶୁଭଦୀପ୍ତା ଦାଶ,ସୁଦୀପ୍ତା ଜେନା,ଶିକ୍ଷକ ଅମରେନ୍ଦ୍ର କୁମାର ବାଗ,ପ୍ରେମରାଜ ପାଣିଗ୍ରାହୀ,ଗୁରୁ ପ୍ରସାଦ ଛତ୍ରିଆ,ସୁନିଲ ରଞ୍ଜନ ସଲତାର, ଅମୃତ କୁମ୍ଭାର,ରମେଶ ଚନ୍ଦ୍ର ସୁନା,ସୂର୍ଯ୍ୟରାମ ମାଝି,ଦେବେନ୍ଦ୍ର କୁମାର ଭୋଇ,ପ୍ରକାଶ ସେଲମା, ଜାନକୀରାମ ସାମବେଦମ,ପ୍ରସନ୍ନ ଲୁହା, ନିହିରୁ ତାଣ୍ଡି,ଶ୍ରୀକାନ୍ତ ବାଗ,ବିଜୟ ତାଣ୍ଡି,ସୁଶାନ୍ତ କୁମାର ପ୍ରଧାନ,ସରୋଜ କୁମାର ପୁରୋହିତ, ସତ୍ୟ ପ୍ରକାଶ ସାହୁ ସହଯୋଗ କରିଥିଲେ।

Post a Comment

Previous Post Next Post