ଗାଁ ସାଥିଙ୍କ ନଭେମ୍ବର ୨ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,(ହୃଦାନନ୍ଦ ମେହେର) ମହାତ୍ମା ଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ କାର୍ଯ୍ୟରତ ଗାଁସାଥୀ ଙ୍କ ଏକ ବୈଠକ ପଲସଗୋର। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କଣ୍ଟାମ|ଳ ବ୍ଲକ ଗାଁସାଥୀ ସଂଘ ର ସଭାପତି ଠାକୁର ଚରଣ ନାୟକ ସଭାପତିତ୍ବ କରିଥିଲେ ।ଗାଁସାଥୀ ଙ୍କ ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ପ୍ରଶାସନ କୁ ଦାବୀ ଜଣାଇବା ପାଇଁ ଆଗାମୀ ଗୁରୁବାର ନଭେମ୍ବର ୨୮ ତାରିଖରେ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ।ଏଥିରେ ବ୍ଲକ ର ସମସ୍ତ ଗାଁସାଥୀ ଭାଇ ଭଉଣୀ ଯୋଗ ଦେବାକୁ ସ୍ଥିର କରାଗଲା।ଆଗାମୀ ନଭେମ୍ବର ୨ ତାରିଖରେ ଭୁବନେଶ୍ଵର ବିଧାନସଭା ଆଗରେ ଗଣ ଧାରଣ ପାଇଁ ସଂଘ ଜୋର୍ ଦାର୍ ପ୍ରସ୍ତୁତି ହୋଇଅଛି।ଆଜିର ଏହି ବୈଠକ ରେ ମନୋଜ ଗୁରୁ, ମୃତ୍ୟୁଞ୍ଜୟ ସାହୁ,ରାଜକିଶୋର ମହାକୁଡ,ଲୋଚନ ପ୍ରଧାନ,ରମେଶ ଥପା, ପ୍ରକାଶ ସାହୁ,ସୁଶିଲ ସାହୁ,କୁଳମଣି ଖେତି,ଲଳିତ ପ୍ରଧାନ,ଲିଙ୍ଗରାଜ ଦନ୍ତା ସମେତ ୪୦ରୁ ଉର୍ଦ୍ଧ୍ବ ଗାଁ ସାଥୀ ଭାଇ ଭଉଣୀ ମାନେ ଏହି ବୈଠକ ରେ ଉପସ୍ଥିତ ଥିଲେ 

Post a Comment

Previous Post Next Post