କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା) : ଝରନି ଗ୍ରାମର ମମିତା ମେହେରଙ୍କ ହତ୍ୟା ମାମଲା ଘଟଣାକୁ ନେଇ ଏବେ ରାଜ୍ୟରେ ତୁମ୍ବିତୁଫାନ ଚାଲିଛି । ନିତ୍ୟ ବିଭିନ୍ନ ରାଜନୈତିକ ଦଳର ରାଜ୍ୟ ତଥା ଜାତୀୟ ସ୍ତରର ତୁଙ୍ଗ ନେତା ପରିବାରବର୍ଗଙ୍କୁ ସମବେଦନା ଦେବା ପାଇଁ ନିତ୍ୟ ଗହଳି ଲାଗିଛି । ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ, ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ରାଜ୍ୟ ମୁଖପାତ୍ର, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ପିତାମ୍ବର ଆଚାର୍ୟ୍ୟ ପ୍ରମୁଖ ଏକ ୧୫ ଜାଣିଆ ଟିମ ମମିତାଙ୍କ ଗାଁକୁ ଗସ୍ତ କରି ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି । ଏହାପରେ ଏହି ଉଚ୍ଚ ପ୍ରତିନିଧି ଦଳ ମହଲିଙ୍ଗକୁ ଯାଇ ଘଟଣାସ୍ଥଳର ନିରୀକ୍ଷଣ କରିବେ।। ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ଘଟଣାକୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ଜଣାଇବ ବୋଲି କହିଛନ୍ତି । ତେବେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ପରିବାର ତଥା ଗ୍ରାମବାସୀ ସ୍ତବ୍ଧ ହୋଇ ପଡ଼ିଥିବା ବେଳେ ବିଜେପି କର୍ମୀ ଗାଁରେ ଦଳୀୟ ପତାକା ଲଗାଇ ବାଇକ ଶୋଭାଯାତ୍ରା କରିଛନ୍ତି।
ମମିତା ମେହେର ହତ୍ୟା ମାମଲା ; ମମିତାଙ୍କ ଘରେ ବଜେପିର ୧୫ ଜାଣିଆ ଦଳ
ଆଜତକ ଓଡ଼ିଶା
0
Post a Comment