ଟିଟିଲାଗଡ଼ ବିଦ୍ୟୁତ ଡିଭିଜନରେ ଟେକ୍ନିସିଆନ ଓ ହେଲପର ପଦବୀ ନିଯୁକ୍ତିରେ ଅନିୟମିତତା ।


 ଟିଟିଲାଗଡ଼,(ଆଜତକ୍ ଓଡ଼ିଶା)ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ବ୍ଲକ ବିଦ୍ୟୁତ ବିଭାଗର ଚଳିତବର୍ଷ ସେପ୍ଟେମ୍ବର ମାସରେ TPWODL (ଟାଟା )ତରଫରୁ ଟେକ୍ନିସିଆନ ଓ ହେଲପର ପଦବୀ ନିଯୁକ୍ତି ପ୍ରକ୍ରିୟା ତାରିଖ ୦୯.୦୯.୨୦୨୧ ରେ ଖୋଲାନ ଠାରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ନିଯୁକ୍ତି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଅନେକ ଗୁଡିଏ ଅଯୋଗ୍ୟ ପ୍ରାର୍ଥୀ ଯାହା ପାଖରେ ଇଲେକ୍ଟ୍ରି ଲାଇସେନ୍ସ ନଥାଇ ମଧ୍ୟ ଲାଇନମ୍ୟାନରେ ନିଯୁକ୍ତି ହୋଇଥିବାର ଦେଖିବାକୁ ମିଲିଛି । ଲାଞ୍ଚ କାରବାର କରି ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେଇଥିବାରୁ ଯୋଗ୍ୟ ବ୍ୟକ୍ତିମାନେ ବାଦ ପଡିଛନ୍ତି । ଏନେଇ ଟିଟିଲାଗଡ଼ବ୍ଲକ ସରପଞ୍ଚସଙ୍ଘର ସଭାପତି ବୀରବର ସାହୁ ଉଚ୍ଚସ୍ତରୀୟ ତଦନ୍ତପାଇଁ ଆଜି ଆଶାୟୀ ଯୋଗ୍ୟପ୍ରାର୍ଥୀ ମାନଙ୍କୁନେଇ ମୁଖ୍ୟଯନ୍ତ୍ରୀ ବିଦ୍ୟୁତ ବିଭାଗ ଓଡିଶା ନିକଟକୁ ଏକ ଅଭିଯୋଗପତ୍ର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଦେଇଥିଲେ । ଉକ୍ତ ନିଯୁକ୍ତି ପ୍ରକ୍ରିୟାର ବିହିତ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବବୋଲି ଚେତାବନୀ ଦେଇଛନ୍ତି ।

Post a Comment

Previous Post Next Post