ମାରୱାଡି ୟୁବା ମଂଚ ବିକାଶ ଶାଖା ପକ୍ଷରୁ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ

 

କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ଜାତିୟ ଖେଳ ଦିବସ ଅବସରରେ କଣ୍ଟାବାଞ୍ଜି ରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାରୱାଡି ୟୁବା ମଂଚ ବିକାଶ ଶାଖା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଇକେଲ ରେସିଙ୍ଗ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବରିଷ୍ଠ କାଉନସିଲର ତଥା ସମାଜସେବୀ ବରିୟାମ ସିଂ ସାଲୁଜା, ସମ୍ମାନିୟ ଅତିଥି ଭାବେ ଏସଡିପିଓ ଡ. ହୃଷିକେଶ ମେହେର, ମେଡିକାଲ ଅଫିସର ଡ. ଏସ.ପି.ଡି. ପଣ୍ଡା, ଥାନା ଅଧିକାରି ସତ୍ୟଜିତ କନ୍ଦେଲକେଲ, ସିଆରସିସି ଦିନେଶ ମହାନନ୍ଦ ବିଜୟ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ । ସବୁ ବର୍ଗର ଲୋକ ଏହି ସାଇକେଲ ରେସିଙ୍ଗ ପ୍ରତିଯୋଗିତାରେ ସାମିଲ ହୋଇଥିଲେ । ପ୍ରତିଯୋଗି ମାନେ ଇନ୍ଦିରା ଛକ ରୁ ବାହାରି ବନମାଲି ପେଟ୍ରୋଲ ପମ୍ପ ପହଂଚି ପୁଣି ଇନ୍ଦିରା ଛକ ଫେରିଥିଲେ । ପାଖାପାଖି ୭ କିମି ସାଇକେଲ ରେସିଙ୍ଗ ଯିବା ଆସିବା ହୋଇଥିଲା ।   ତେବେ ଏହି ପ୍ରତିଯୋଗିତାରେ ଖଡିଆଲ ବାଦି ଗାଁର କ୍ଷମା ସାଗର ପଟେଲ (୧୫ ମିନିଟ) , କଣ୍ଟାବାଞ୍ଜିର ରଥି ସେଠ (୧୭ ମି. ୪୦ ସେକେଣ୍ଡ) , ରୁକୁ ବଚ୍ଛା ( ୨୩ ମି.) ରେସିଙ୍ଗ ଶେଷ କରିଥିଲେ । ରେସରେ ପ୍ରଥମ ସ୍ଥାନ ଅଧିକାରି କରିଥିବା କ୍ଷମା ସାଗର ପଟେଲ ସହ ଦ୍ୱିତିୟ, ତୃତିୟ ସ୍ଥାନ ପାଇଥିବା ପ୍ରତିଯୋଗିଙ୍କୁ ଅତିଥିଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା  ଏହି ଅବସରରେ ମଂଚ ପରିଚାଳନା କରିଥିଲେ ମାରୱାଡି ୟୁବା ମଂଚ ବିକାଶ ଶାଖା ପରାମର୍ଶଦାତା ଆଶିଷ ଖଇତାନ ।

Post a Comment

Previous Post Next Post