ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଅବକାରି ଏସପିଙ୍କ ଡାକରା
![]() |
ହୋଟେଲ ମିଡ ଟାଉନ ଫୋଟୋ |
କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା): କଣ୍ଟାବାଞ୍ଜି ହୋଟେଲ ମିଡ ଟାଉନ ଠିପି ଖୋଲା ମଦ ଦୋକାନ ଅନ୍ୟ ଲୋକଙ୍କ ଜମିରେ ତିଆରି ହୋଇଥିବା ଅଭିଯୋଗ ହେଇଛି । କଣ୍ଟାବାଞ୍ଜି ୱାର୍ଡ ନମ୍ବର ୯ ର ମଂଜିତ କୌର ସାଲୁଜା ଏଭଲି ଅଭିଯୋଗ କରିଛନ୍ତି । ଏ ନେଇ ସ୍ଥାନିୟ ତହସିଲ ଅଫିସରେ ବାରମ୍ବାର ଅଭିଯୋଗ କରାଯାଇଥିବା ମଧ୍ୟ ଜଣାଯାଏ । ଆରଆଇ ଏହି ଅଭିଯୋଗ କ୍ରମେ ମାପ ମଧ୍ୟ କରିଥିଲେ । ହୋଟେଲ ମିଡ ଟାଉନ ଠିପି ଖୋଲା ମଦ ଦୋକାନ ଯେଉଁ ଜମିରେ ତିଆରି ହେବା କଥା ସେହି ସ୍ଥାନରେ ତିଆରି ନହୋଇ ମଂଜିତ କୌର ସାଲୁଜାଙ୍କ ଜମିରେ ତିଆରି ହୋଇଥିବା ଜଣା ପଡିଥିଲା । ତେବେ ଏହି ଆଧାରରେ ମିଡ ଟାଉନର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ଖାରଜ କରିବାକୁ ବଲାଙ୍ଗିର ଜିଲ୍ଲାପାଳ, ଅବକାରି ଏସପିଙ୍କୁ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିବା ଯୋଗୁ ଶେଷରେ ମଂଜିତ କୌର ସାଲୁଜା ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ଓକିଳ ଆଶିଷ କୁମାର ମିଶ୍ର ଏହି ମାମଲା ପରିଚାଲନା କରୁଥିବା ବେଳେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ହୋଟେଲ ମିଡ ଟାଉନର ମାଲିକ ଗିରସ ଛାବ୍ରା ଏବଂ ଅଭିଯୋଗକାରିଙ୍କୁ ଅବକାରି ଏସପି ନୋଟିସ କରି ତାଙ୍କ କାଗଜ ପତ୍ର ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ । ନିର୍ଦେଶ ମୁତାବକ ଉଭୟ ଅବକାରି ଏସପିଙ୍କ କାର୍ଯ୍ୟାଳୟରେ ପହଂଚି ନିଜ ନିଜ ବୟାନ ଦେବା ସହ କାଗଜପତ୍ର ଦେଇଥିବା ଜଣାଯାଇଛି । ଏ ସଂପର୍କରେ ଆସନ୍ତା ୧୩ ସେପ୍ଟେମ୍ବର ସୁଦ୍ଧା ବିହିତ କାର୍ଯ୍ୟନୁଷ୍ଠାନ ନେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଅବକାରି ବିଭାଗ ସ୍ଥାନିୟ ତହସିଲ କତୃପକ୍ଷଙ୍କ ସତାସୁତୁରା ଯୋଗୁ ଏଭଲି ବେଆଇନ କାରବାର ହେଇଛି । ଯେ ପର୍ଯ୍ୟନ୍ତ ମୋତେ ନ୍ୟାୟ ମିଲିନାହିଁ ସେ ପର୍ଯ୍ୟନ୍ତ ମୋର ଲଢେଇ ମୁଁ ଜାରି ରଖିବି ବୋଲି ଅଭିଯୋଗକାରି ମଂଜିତ କୌର ସାଲୁଜା କହିଛନ୍ତି ।
Post a Comment