କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ଜନ ଆର୍ଶିବାଦ ଯାତ୍ରାରେ କେନ୍ଦ୍ରର ମନ୍ତ୍ରୀ । ଏହି ପରିପେକ୍ଷୀରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ଥିଲା । ମନ୍ତ୍ରୀ ଦଳିୟ କାର୍ଯ୍ୟକର୍ତାଙ୍କ àସହ ରୋଡ ସୋ ରେ ସହର ମୁଖ୍ୟ ରାସ୍ତା ଦେଇ କଣ୍ଟାବାଞ୍ଜି ପହଂଚିଥିଲେ । ମନ୍ତ୍ରୀଙ୍କ ସହ ଥିଲେ ସାଂସଦ ସଂଗିତା କୁମାର ସିଂ ଦେଓ, ପୁର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, ଜିଲ୍ଲା ସଭାପତି ଶିବାଜି ମହାନ୍ତି । ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଇନ୍ଦିରା ଛକ ଠାରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ପରେ ମନ୍ତ୍ରୀ ହୋଟେଲ ଆସିଲାନ ପହଂଚିଥିଲେ । ସେଠାରେ କଣ୍ଟାବାଞ୍ଜିର ବିଭିନ୍ନ ଅନୁଷ୍ଠାନର ପଦାଧିକାରିଙ୍କୁ ସାକ୍ଷାତ କରି ଦାବି ପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ପୁର୍ବତନ ବିଧାୟକ ଆୟୁବ ଖାଁ ମନ୍ତ୍ରୀଙ୍କୁ ସାକ୍ଷାତ କରି ରେଳ ସମ୍ବନ୍ଧିୟ ଦାବିପତ୍ର ଦେଇଥିଲେ । କଣ୍ଟାବାଞ୍ଜି ଓ କୋରାପୁଟରେ ନୁତନ ରେଳ ଡିଭିଜିନ ସ୍ଥାପନ, ୱାଲଟିୟରକୁ ନୁତନ ଜୋନ ପ୍ରତିଷ୍ଠା, ର୍ୟାମ୍ପ ଫୁଟ ଓଭର ବ୍ରିଜ, ମାଲଗାଡି ମରାମତି ୱାର୍କସପ, ମଲଟି ସ୍ପେଶାଲିଷ୍ଟ ହସପିଟାଲ, ରହେନଭଟା ଷ୍ଟେଶନରେ ଏକ ବାଏ ପାସ ରେଳ ଟ୍ର୍ୟାକ, କଣ୍ଟାବାଞ୍ଜି ଏଡିଇଏନ୍ କାର୍ଯ୍ୟାଳକୁ ଡିଇଏନ୍ କାର୍ଯ୍ୟାଳୟକୁ ଉନ୍ନତି, ୱେଲଫେୟାର ଇନ୍ସପେକ୍ଟର କାର୍ଯ୍ୟାଳୟ ସ୍ଥାପନ, ଲିଷ୍ଟ ଫୁଟ ଓଭର ବ୍ରିଜ, କସାମାଲ, ରେଙ୍ଗାଲି, ଝରଣୀ, ମହୁଲବାହାଲି , ସରେଇବାହାଲ, ଟଙ୍କପାଣିରେ ପାସେଞ୍ଜର ଟ୍ରେନ ରହଣି, ନୁତନ କଣ୍ଟାବାଞ୍ଜି- ବଲାଙ୍ଗିର ରେଳ ଲାଇନ, କଣ୍ଟାବାଞ୍ଜି – ଜୟପୁର ରେଳ ଲାଇନ ସହ ଅନ୍ୟ ପ୍ରମୁଖ ଦାବି କରିଥିଲେ । ମନ୍ତ୍ରୀ ଏହି ସବୁ ଦାବି ଉପରେ ନିଶ୍ଚିତ ଭାବେ ବିଚାର କରିବେ ବୋଲି କହିଥିଲେ । ସେହିପରି କଣ୍ଟାବାଞ୍ଜିର ବଣିକ ମହାସଂଘ, ପ୍ରେସ କ୍ଲବ, ଟ୍ରକ ମାଳିକ ସଂଘ, ମାରୱାଡି ୟୁବା ମଂଚ ବିକାଶ ଶାଖା, ରାଇଟ ଟୁ ଫାଇଟ ସଂଗଠନ ମଧ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ ।
ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ପୁର୍ବତନ ବିଧାୟକ ଆୟୁବ ଖାଁ
ଆଜତକ ଓଡ଼ିଶା
0
Post a Comment