ଖଡିଆଳ ବ୍ଲକ ଗସ୍ତରେ ଜିଲ୍ଲାପାଳ, ଗ୍ରାମୀଣ ବଜାର ସୃଷ୍ଟି, ସହ ଗ୍ରାମରେ ଉତ୍ପାଦିତ ଦ୍ରବ୍ୟ ବିକ୍ରି ନେଇ ବଜାର ବ୍ୟବସ୍ଥାକୁ ଗୁରୁତ୍ବ


ଖଡିଆଳ:-୧୫/୦୯/(ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଗସ୍ତରେ ଜିଲ୍ଲାପାଳ ମଧୁସୂଦନ ଦାସ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଛନ୍ତି। ବିଶେଷ କରି ଖୁଦପେଜ ଗ୍ରାମପଞ୍ଚାୟତ ଠାରେ ଗ୍ରାମୀଣ ବଜାର ସୃଷ୍ଟି କରିବାସହ ଗ୍ରାମରେ ଉତ୍ପାଦିତ ଦ୍ରବ୍ୟକୁ ସହଜ ଏବଂ ସୁବିଧାରେ ବିକ୍ରି ନେଇ ବଜାର ବ୍ୟବସ୍ଥା ସୃଷ୍ଟି କରିବାକୁ ଆହ୍ବାନ କରିଛନ୍ତି।ପୂର୍ବରୁ ଘର ଘର ବୁଲି ନିଜ ଦ୍ରବ୍ୟ ବିକ୍ରି କଲେ ତାର ଉପଯୁକ୍ତ ମୂଲ୍ୟ ମିଳି ନଥାଏ। ତେଣୁ ଗ୍ରାମୀଣ ହାଟ ଏକ ସୁଯୋଗ ସୃଷ୍ଟି କରୁଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆହ୍ବାନ କରିଛନ୍ତି। ୨୭ ଲକ୍ଷ ଟଙ୍କା ରେ ନିର୍ମାଣ ହେଉଥିବ ଗ୍ରାମୀଣ ହାଟ କ୍ରେତା ଏବଂ ବିକ୍ରେତା ଙ୍କ ପାଇ ସୁଯୋଗ ସୃଷ୍ଟି କରୁଅଛି।ଗୋଟିଏ ସ୍ଥାନ ରେ ସମସ୍ତ ଆବଶ୍ୟକ ସାମଗ୍ରୀ ମିଳିବାକୁ ଚେଷ୍ଟା ବୋଲି କହିଥିଲେ। ଏହି ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଇତା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଖଡିଆଳ ବିଡ଼ିଓ ନରସିଂହ ଗଡବା, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଉପାଧ୍ୟକ୍ଷ ଗୌତମ ତାଣ୍ଡି, ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post