ବଲାଙ୍ଗିର : ୯/୮ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଯୋଗିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନେହେନା ବନ୍ଦ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପାଞ୍ଚଟି ଶ୍ରେଣୀକୁ ୨ଟି ଶ୍ରେଣୀ କୋଠରୀ ଥିବାବେଳେ ଆଜକୁ ଚାରିମାସ ତଳେ ପ୍ରଧାନଶିକ୍ଷକ ଅବସର ନେଲେଣି। ଗ୍ରାମବାସୀ ବୃନ୍ଦ ବାରମ୍ବାର ଶିକ୍ଷକ ଦେବାପାଇଁ ନିବେଦନ କଲେ ମଧ୍ୟ କେହି ଶୁଣୁନାହାନ୍ତି ତେଣୁ ଗ୍ରାମର ପ୍ରାୟ ଶତାଧିକ ଲୋକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ପୁଣିଥରେ ଦାବିପତ୍ର ଦେବା ସହିତ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଅଗଷ୍ଟ ୧୬ ତାରିଖ ସୁଦ୍ଧା ଶିକ୍ଷକ ପଦବୀ ପୂରଣ ନକଲେ ବାଧ୍ୟହୋଇ ରାଜରାସ୍ତାକୁ ଅବରୋଧ କରିବୁ ବୋଲି ନେହେନାବନ୍ଦ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଚେତାବନୀ ଜଣାଇଛନ୍ତି । ଏହାର ଏକକିତା ନକଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଟଣାଗଡ,ଗୋଷ୍ଠି ଶିକ୍ଷା ଅଧିକାରୀ ପାଟଣାଗଡ,ଥାନା ଅଧିକାରୀ ପାଟଣାଗଡ,ତହସିଲଦାର ପାଟଣାଗଡକୁ ହସ୍ତଗତ କରାଯାଇଛି । ଦାବୀପତ୍ର ଦେବା ସମୟରେ ବିଦ୍ୟାଳୟର ସଭାପତି ବିଜୟ ସିଂ ଛତ୍ରିଆ,ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରସନ୍ନ କୁମାର ସାହୁ,ପ୍ରେମ ହରିପାଳ, ୱାର୍ଡ ମେମ୍ବର ବିପିନ ବାଗ, ଜିତ୍ତ ସାହୁ,ମିତ୍ରଭାନୁ ମାଝୀ,ଗ୍ରାମ ସଭାପତି ଲମ୍ବୋଦର ବାଗ, ସମ୍ପାଦକ କେଶବ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment