ସନ୍ତାନ ଙ୍କ ମଙ୍ଗଳ ପାଇଁ ହଳ ଷଷ୍ଠୀ ବ୍ରତ


ଧର୍ମଗଡ,୨୪/୮, ଆଜତକ ଓଡ଼ିଶା (ପ୍ରଦିପ ସେଠି ଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ବାଙ୍କିମୁଣ୍ଡା ଗ୍ରାମର ମହିଳା ମାନଙ୍କ ଦ୍ଵାରା ଶନିବାର ହଳ ଷଷ୍ଠୀ ବ୍ରତ ମହା ଆନନ୍ଦ ସହକାରେ ପାଳିତ ହୋଇ ଯାଇଛି। ଏହି ବ୍ରତ ଭାଦ୍ରବ ମାସର ଷଷ୍ଠୀ ତିଥି ରେ ପଡ଼ିଥାଏ ।ଧାର୍ମିକ ମାନ୍ୟତା ଅନୁସାରେ ହଳ ଷଷ୍ଠୀ ବ୍ରତ ସନ୍ତାନ ମାନଙ୍କ ଦୀର୍ଘ ଆୟୁ ଏବଂ ସୁଖମୟ ଜୀବନ ପାଇଁ ମାତା ମାନେ ପାଳନ କରିଥାନ୍ତି।ଏହି ଦିନ ମହିଳା ମାନେ ନିର୍ଜଳା ଉପବାସ ରହି ହଳ ନଙ୍ଗଲ ର ପୂଜା ସହିତ ବଳରାମ ଙ୍କ ମଧ୍ୟ ପୂଜା କରିଥାନ୍ତି।ଶାସ୍ତ୍ର ଅନୁସାରେ ଏହି ଦିନ ବଳରାମ ଙ୍କ ଜନ୍ମ ହେତୁ ବଳରାମ ଜୟନ୍ତୀ ରୂପରେ ମଧ୍ୟ ପାଳନ କରାଯାଇଥାଏ।ଏହି ବ୍ରତରେ ମହିଳା ମାନେ ପବିତ୍ର ମାଟିର ବେଦୀ ନିର୍ମାଣ କରି ସେଥିରେ ଉଦୁମ୍ବର, ପଳାଶ ଏବଂ କୁଶ ରଖି ପୂଜାର୍ଚ୍ଚନା କରିଥିଲେ। ହଳ ଲାଗି ନ ଥିବା ଅନ୍ନ,ପନିପରିବା,ପୋଖରୀ ରେ ଉତ୍ପନ୍ନ ଖାଦ୍ୟ ସାମଗ୍ରୀ ତଥା ମହିଷି ର ଦୁଗ୍ଧ ପୂଜନ ରେ ବ୍ୟବହାର କରାଯାଇଥିଲା ଓ ପୂଜନ ପରେ ବ୍ରତ ର କଥା ପଠନ କରାଯାଇ ପ୍ରସାଦ ବଣ୍ଟନ କରାଯାଇଥିଲା।

Post a Comment

Previous Post Next Post